ଓଡିଶା

odisha

ETV Bharat / international

ବଦଳିନି ତାଲିବାନ, ଏବେ ବି ସଙ୍କଟରେ ଅସ୍ତିତ୍ବ: ବାଇଡେନ - ତାଲିବାନ

ଆଫଗାନିସ୍ତାନ କବଜା କରିବା ସତ୍ତ୍ବେ ବିଶ୍ବ ମଞ୍ଚରୁ ମାନ୍ୟତା ପାଇଁ ଅସ୍ତତ୍ବର ସଙ୍କଟ ଦେଇ ତାଲିବାନ ଗତି କରୁଥିବହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

ବଦଳିନି ତାଲିବାନ, ଏବେ ବି ସଙ୍କଟରେ ଅସ୍ତିତ୍ବ: ବାଇଡେନ
ବଦଳିନି ତାଲିବାନ, ଏବେ ବି ସଙ୍କଟରେ ଅସ୍ତିତ୍ବ: ବାଇଡେନ

By

Published : Aug 19, 2021, 9:13 PM IST

Updated : Aug 19, 2021, 9:23 PM IST

ୱାଶିଂଟନ:ଆଫଗାନିସ୍ତାନରେ ତାଲିବାନ ଆତଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ ବୟାନ । ବଦଳିନି ତାଲିବାନ । ଆଫଗାନିସ୍ତାନ କବଜା କରିବା ସତ୍ତ୍ବେ ବିଶ୍ବ ମଞ୍ଚରୁ ମାନ୍ୟତା ପାଇଁ ଅସ୍ତତ୍ବର ସଙ୍କଟ ଦେଇ ତାଲିବାନ ଗତି କରୁଥିବା କହିଛନ୍ତି ବାଇଡେନ ।

ଆମେରିକା ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବାଇଡେନ କହିଛନ୍ତି, ତାଲିବାନ ବିଶ୍ବ ମଞ୍ଚରୁ ବୈଧ ସରକାରର ମାନ୍ୟତା ଚାହୁଁଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ତାଲିବାନ ବଦଳିନି ବୋଲି ଜୋର ଦେଇ କହିଛନ୍ତି ବାଇଡେନ ।

ଆଫଗାନିସ୍ତାନରେ ମହିଳା ଏବଂ ଝିଅଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବାଇଡେନ ଉଦବେଗ ପ୍ରକାଶ କରିଛନ୍ତି । ସାମରିକ ଶକ୍ତି ମାଧ୍ୟମରେ ସାରା ବିଶ୍ବରେ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ପ୍ରୟାସ ଯୁକ୍ତିଯୁକ୍ତ ନୁହେଁ ବୋଲି ବାଇଡେନ ଯୁକ୍ତି ବାଢିଛନ୍ତି । ଏହା ପରିବର୍ତ୍ତେ, ଆଚରଣ ବଦଳାଇବା ପାଇଁ ମାନବିକ ଅଧିକାରର ଉଲ୍ଲଂଘନକାରୀଙ୍କ ଉପରେ କୂଟନୈତିକ ଚାପ ରହିବା ଉଚିତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ତାଲିବାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆଫଗାନିସ୍ତାନରୁ ୟୁଏସ ସୈନ୍ୟ ପ୍ରତ୍ୟାହାର ଯୋଗୁଁ ସୃଷ୍ଟି ହୋଇଥିବା ଆତଙ୍କ ରାଜ ପାଇଁ ବାଇଡେନ ପ୍ରଶାସନ କଡ଼ା ସମାଲୋଚନାର ଶିକାର ହୋଇଛି। ତାଲିବାନର କବଜା ପରେ ଆଫଗାନିସ୍ତାନରେ ସ୍ଥିତି ଭୟାବହ ରହିଛି । ହଜାର ହଜାର ଆଫଗାନିସ୍ତାନ ଆତଙ୍କୀଙ୍କ କବଳରୁ ବଞ୍ଚିବା ପାଇଁ ଦେଶ ଛାଡିବାକୁ ବାଧ୍ୟ ହୋଇପଡିଛନ୍ତି ଦେଶବାସୀ ଏବଂ ପ୍ରବାସୀ ।

Last Updated : Aug 19, 2021, 9:23 PM IST

ABOUT THE AUTHOR

...view details