ଓଡିଶା

odisha

ETV Bharat / international

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଗଲେ ଆଉ ୪ ମହାକାଶଚାରୀ - ମହାକାଶ ଯାତ୍ରା

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଆଉ ୪ ଜଣ ମହାକାଶଚାରୀଙ୍କୁ ପଠାଇଲା SpaceX । ୨୪ ଘଣ୍ଟା ମଧ୍ୟରେ ଅବତରଣ କରିବେ ଏହି ଅନ୍ତରୀକ୍ଷ ଯାତ୍ରୀ । ଅଧିକ ପଢନ୍ତୁ...

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଗଲେ ଆଉ ୪ ମହାକାଶଚାରୀ
ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଗଲେ ଆଉ ୪ ମହାକାଶଚାରୀ

By

Published : Nov 11, 2021, 12:40 PM IST

ୱାସିଂଟନ: ଅନ୍ତରାଷ୍ଟ୍ରୀୟ ମହାକାଶ କେନ୍ଦ୍ରକୁ ଆଉ ୪ ମହାକାଶଚାରୀଙ୍କୁ ପଠାଇଲା SpaceX । ବୁଧବାର SpaceX ରକେଟ ୪ ଜଣ ମହାକାଶ ଯାତ୍ରୀଙ୍କୁ ନେଇ ଯାଇଛି । ଖରାପ ପାଗ ଏବଂ ବିଭିନ୍ନ କାରଣ ଯୋଗୁଁ ଯାତ୍ରା ବିଳମ୍ବ ହୋଇଛି । ଦୁଇ ଦିନ ପୂର୍ବରୁ SpaceX ଅନ୍ତରୀକ୍ଷ ଯାନ ଅନ୍ୟ ୪ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ନେଇ ପୃଥିବୀପୃଷ୍ଠକୁ ଫେରିଥିଲା ।

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଗଲେ ଆଉ ୪ ମହାକାଶଚାରୀ

ନାସାର ସୂଚନା ଅନୁଯାୟୀ, ବୁଧବାର ମହାକାଶକୁ ଯାତ୍ରା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜର୍ମାନୀର ମ୍ୟାଥିସ ମୌରର୍ ମଧ୍ୟ ସାମିଲ ଅଛନ୍ତି । ଯିଏ ଅନ୍ତରୀକ୍ଷ ଯାତ୍ରା କରିଥିବା ୬୦୦ ତମ ବ୍ୟକ୍ତି ଭାବେ ଜଣାଯାଉଛନ୍ତି । ମ୍ୟାଥିସ ଅନ୍ୟ ତିନି ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କ ଯାତ୍ରାର ୨୪ ଘଣ୍ଟା ମଧ୍ୟରେ ଅନ୍ତରୀକ୍ଷ ଷ୍ଟେସନରେ ଅବତରଣ କରିବେ । ଖରାପ ପାଗ କାରଣରୁ ରକେଟ ବିଳମ୍ବରେ ପୃଥିବୀପୃଷ୍ଠରୁ ଉଡାଣ ଭରିଛି । ଗତକାଲି ଝିପଝିପ୍ ବର୍ଷା ରାତିରେ ମହାକାଶଚାରୀ ନିଜ ପରିବାରଙ୍କ ଠାରୁ ବିଦାୟ ନେଇଛନ୍ତି ।

କହିରଖୁଛୁ କି, ନାସାର ମହାକାଶଚାରୀ ଶେନ କମିବରାଂ ଏବଂ ମେଗନ ମ୍ୟାକଆର୍ଥର, ଜାପାନର ଅକିହିତୋ ହୋଶିଦ ଏବଂ ଫ୍ରାନ୍ସର ଥୋମାସ ପେସ୍କବେଟ SpaceX ର କ୍ୟାପସୁଲ ମହକାଶ ଯାନରେ ପୃଥିବୀ ଫେରିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସେମାନେ ୨୦୦ ଦିନ ବିତାଇଥିଲେ ।

@PTI

ABOUT THE AUTHOR

...view details