ଓଡିଶା

odisha

ETV Bharat / international

ମାସ୍କ ପିନ୍ଧିବାକୁ କହିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ - 27ଥର ଆକ୍ରମଣ

ଆମେରିକାର ଚିକାଗୋ ସହରରେ ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ କରିବାକୁ କହି ମରଣାନ୍ତକ ଆକ୍ରମଣର ଶିକାର ହେଲେ ସିକ୍ୟୁରିଟି ଗାର୍ଡ । ଅଧିକ ପଢନ୍ତୁ...

security guard-stabbed-27-times-for-asking-women-to
ମାସ୍କ ପିନ୍ଧିବାକୁ କହିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ

By

Published : Oct 28, 2020, 11:25 AM IST

ୱାଶିଂଟନ: ଆମେରିକାର ଚିକାଗୋ ସହରର ପଶ୍ଚିମ ଅଞ୍ଚଳରେ ଘଟିଛି ଏକ ଅଭାବନାୟ ଘଟଣା । ଜଣେ ସିକ୍ୟୁରିଟି ଗାର୍ଡ ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ କରିବାକୁ କହିଥିଲେ । ଏ କଥାରେ ଉତ୍ୟକ୍ତ ହୋଇ ଦୁଇ ଭଉଣୀ ସିକ୍ୟୁରିଟି ଗାର୍ଡଙ୍କୁ ଛୁରୀରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି ।

କୋରୋନା ପାଇଁ ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାର ନିୟମ ରହିଛି । ହେଲେ ରବିବାର ବିଳମ୍ବିତ ରାତିରେ ଜେସିକା ହିଲ(21) ଓ ଜାୟଲା ହିଲ(18) ମାସ୍କ ପିନ୍ଧି ନଥିବା ଦେଖି ତାଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ମାସ୍କ ପିନ୍ଧିବାକୁ କହିଥିଲେ । ତାଙ୍କ କଥାକୁ ପ୍ରତ୍ୟାଖାନ କରିଥିଲେ ଦୁଇ ଭଉଣୀ । ଏ କଥାକୁ ନେଇ ଦୁଇଜଣଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଘଟଣାରେ ଜେସିକା ହିଲ ଉତ୍ୟକ୍ତ ହୋଇ ପକେଟରୁ ଛୁରୀ ବାହାର କରି ସିକ୍ୟୁରିଟି ଗାର୍ଡଙ୍କ ଛାତି, ପିଠି ଓ ହାତ ଉପରେ 27ଥର ଆକ୍ରମଣ କରିଥିଲେ ।

ସିକ୍ୟୁରିଟି ଗାର୍ଡଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏପଟେ ଘଟଣାସ୍ଥଳରୁ ଆକ୍ରମଣକରୀ ଦୁଇ ଭଉଣୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ପୋଲିସ ମୁଖପାତ୍ର କାରୀ ଜେମସ ।

ମଙ୍ଗଳବାର କୁକ୍ କାଉଣ୍ଟି ସର୍କିଟ୍ ଜଜ୍ ମେରି ସି ମାରୁବିଓଙ୍କ ନିକଟରେ ବଣ୍ଡ୍ ଶୁଣାଣି ସମୟରେ ମହିଳା କୋର୍ଟଙ୍କ ଦ୍ବାରା ନିଯୁକ୍ତ ଓକିଲ କହିଛନ୍ତି ଯେ ଏହି ଛୁରାମାଡ଼ ଆତ୍ମରକ୍ଷା ପାଇଁ ହୋଇଥିଲା ଓ ଏଥିରେ ଉଭୟ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details