ୱାଂଶିଟନ: ଆମେରିକାର ଗବେଷକ ଦ୍ବିତୀୟ ଥର ପାଇଁ କୋଭିଡ19 ଭ୍ୟାକ୍ସିନର ଟ୍ରାଏଲ ଟେଷ୍ଟ ଆରମ୍ଭ କରିଛନ୍ତି । ପେନସିଲଭାନିଆର କାନସାସ ସିଟର ଲାବରେ INO-4800 ନାମକ ଭ୍ୟାକ୍ସିନର ପରୀକ୍ଷଣ କରାଯାଇଛି ।
ଇନୋଭିଓ ଫାର୍ମାସେକ୍ୟୁଟିକାଲର ଗବେଷକମାନେ ଏହି ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଛନ୍ତି । ଆଗାମୀ କିଛି ମାସ ଧରି ମଧ୍ୟ ଏହାର ପରୀକ୍ଷଣ କରାଯିବ । ଏହାସହ ବିଶ୍ବର ବିଭିନ୍ନ ଲ୍ୟାବରେ ଏହି ଭ୍ୟାକ୍ସିନ ଡିଜାଇନ କରାଯିବ । ଏହାସହ ଚାଇନିଜ ଗବେଷକ ମଧ୍ୟ ଖୁବଶୀଘ୍ର ଭ୍ୟାକ୍ସିନ ତିଆରି କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।