ଓଡିଶା

odisha

ETV Bharat / international

ବୈଜ୍ଞାନିକଙ୍କ ନୂତନ ଔଷଧ, କୋଭିଡକୁ ଅନ୍ୟ କୋଷକୁ ବ୍ୟାପିବାରେ ରୋକିବ

ଫସଫୋରୀଲେସନରେ ଏକ ପ୍ରକାର ଏନଜାଇମ ଦ୍ୱାରା ଏକ ପ୍ରୋଟିନରେ 'ଫସଫୋରୀଲ ଗ୍ରୁପ୍' କୁ ସେଲ-ରୁ-ସେଲ ଯୋଡିଥାଏ । ଏହା କୋଷ ବୃଦ୍ଧି ସହିତ ଅନେକ କୋଷ ପ୍ରକ୍ରିୟା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅଧିକ ପଢନ୍ତୁ...

ବୈଜ୍ଞାନିକଙ୍କ ନୂତନ ଔଷଧ, କୋଭିଡକୁ ଅନ୍ୟ କୋଷକୁ ବ୍ୟାପିବାରେ ରୋକିବ
ବୈଜ୍ଞାନିକଙ୍କ ନୂତନ ଔଷଧ, କୋଭିଡକୁ ଅନ୍ୟ କୋଷକୁ ବ୍ୟାପିବାରେ ରୋକିବ

By

Published : Jul 2, 2020, 7:09 PM IST

ଓ୍ବାଶିଂଟନ: ଅନୁସନ୍ଧାନକାରୀମାନେ ଦର୍ଶାଇଛନ୍ତି ଯେ, କୋରୋନା ଭାଇରସ ପ୍ରୋଟିନ ଗୁଡ଼ିକୁ ଏହାର ଲକ୍ଷ୍ୟ କୋଷରେ ହାଇଜାକ କରିଥାଏ । ଯାହାକି ନିକଟସ୍ଥ କୋଷଗୁଡ଼ିକରେ ପହଞ୍ଚିବା ଏବଂ ସଂକ୍ରମଣକୁ ବୃଦ୍ଧି କରାଇବା ପାଇଁ ବିସ୍ତାର କରିଥାଏ । ଯାହା ଏକ ଚିକିତ୍ସା ଦ୍ବାରା ଚିହ୍ନଟ ହୋଇପାରିଛି। ହେଲେ ବୈଜ୍ଞାନିକ ମାନେ ଏପରି ଔଷଧ ଅନୁମୋଦିତ କରିଛନ୍ତି ଯାହା ଏହି ପ୍ରକ୍ରିୟାକୁ ବାଧା ଦେଇପାରେ ।

ଆମେରିକାରେ EMBLର ୟୁରୋପୀୟ ବାୟୋଇନଫର୍ମାଟିକ୍ସ ଇନଷ୍ଟିଚ୍ୟୁଟ (EMBL-EBI) ଏବଂ ଆମେରିକାର ୟୁନିଭର୍ସିଟିନ ଅଫ କାଲିଫର୍ନିଆ ସାନ ଫ୍ରାନ୍ସିସ୍କୋ (UCSF)ର ବୈଜ୍ଞାନିକମାନେ ସୂଚାଇ ଦେଇଛନ୍ତି ଯେ, ମହାମାରୀ କୋରୋନା ଭାଇରସ SARS-CoV-2 ସାମିଲ ରହିଛି । ଯାହା ହୋଷ୍ଟ କୋଷଗୁଡିକ ଏବଂ ନୂତନ ଭାଇରାଲ କଣିକା ଉତ୍ପାଦନ ପାଇଁ ଏହାକୁ ନିୟନ୍ତ୍ରଣ କରିଥାଏ । ସେ କହିଛନ୍ତି ଯେ, ବେଳେବେଳେ ଏହି ଅପହରଣ ହୋଷ୍ଟର ପ୍ରୋଟିନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଣୁ ଯେପରିକି ଏନଜାଇମ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥାଏ, ଯାହା ଏହାର ସଂରଚନାରେ ରାସାୟନିକ ପରିବର୍ତ୍ତନ କରି ପ୍ରୋଟିନ କାର୍ଯ୍ୟକଳାପକୁ ପରିବର୍ତ୍ତନ କରିଥାଏ ।

ରବିବାର ଜର୍ଣ୍ଣଲ ସେଲ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ସମସ୍ତ ହୋଷ୍ଟ ଏବଂ ଭାଇରାଲ ପ୍ରୋଟିନ ବିଶ୍ଳେଷଣ କରିଥିଲେ । ଯାହାକି SARS-CoV-2 ସଂକ୍ରମଣ ପରେ ଫସଫୋରୀଲେସନ ନାମକ ଏକ ଏନଜାଇମାଟିକ ପ୍ରକ୍ରିୟାରେ ପରିବର୍ତ୍ତନ ଦେଖାଇଥିଲା । ସେମାନେ ବ୍ୟାଖ୍ୟା କରିଛନ୍ତି , ଫସଫୋରୀଲେସନରେ ଏକ ପ୍ରକାର ଏନଜାଇମ ଦ୍ୱାରା ଏକ ପ୍ରୋଟିନରେ 'ଫସଫୋରୀଲ ଗ୍ରୁପ୍' କୁ ସେଲ-ରୁ-ସେଲ ଯୋଡିଥାଏ । ଏହା କୋଷ ବୃଦ୍ଧି ସହିତ ଅନେକ କୋଷ ପ୍ରକ୍ରିୟା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ହୋଷ୍ଟର ପ୍ରୋଟିନରେ ଫସଫୋରୀଲେସନ ଢାଞ୍ଚାକୁ ପରିବର୍ତ୍ତନ କରି ଏକ ଜୀବାଣୁ ଅନ୍ୟ କୋଷ ଏବଂ ଅନ୍ୟ ହୋଷ୍ଟକୁ ନିଜର ସଂକ୍ରମଣକୁ ପ୍ରୋତ୍ସାହନ ଦେଇପାରେ ।

ସେମାନେ ଜାଣିବାକୁ ପାଇଲେ ଯେ, 12% ହୋଷ୍ଟ ପ୍ରୋଟିନକୁ ସଂଶୋଧିତ କରାଯାଇଥିଲା, ଯାହା ଜୀବାଣୁ ସହିତ ପାରସ୍ପରିକ ସମ୍ପର୍କ କରିଥାଏ। ବୈଜ୍ଞାନିକମାନେ ମଧ୍ୟ ସେହି କିନାସେସର ଚିହ୍ନଟ କରିଥିଲେ ଯାହା ଏହି ଏଞ୍ଜାଇମ ଭାଇରସର ଗତିବିଧିକୁ ନିୟନ୍ତ୍ରିତ କରିବାର ସମ୍ଭାବନା ଅଧିକ ଥିଲା ଏବଂ ପରାମର୍ଶ ଦେଇଥିଲେ ଯେ ଏହି ଏନଜାଇମ ଔଷଧ ପାଇଁ ଜୀବାଣୁଙ୍କର କାର୍ଯ୍ୟକଳାପକୁ ବନ୍ଦ କରିବା ଏବଂ COVID-19 ଚିକିତ୍ସା ପାଇଁ ସମ୍ଭାବ୍ୟ ଲକ୍ଷ୍ୟ ଅଟେ ।

EMBL-EBIର ଗ୍ରୁପ ଲିଡର ପେଡ୍ରୋ ବେଲଟ୍ରୋ ବ୍ୟାଖ୍ୟା କରିଛନ୍ତି, "ଜୀବାଣୁ ମାନବ କୋଷକୁ ବିଭାଜନରୁ ରକ୍ଷା କରନ୍ତି, କୋଷ ଚକ୍ରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାକୁ ବଜାୟ ରଖନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ଅଧ୍ୟୟନର ଏକ ପ୍ରମୁଖ ଅନୁସନ୍ଧାନ ହେଉଛି ଯେ SARS-CoV-2 ସଂକ୍ରମିତ କୋଷଗୁଡ଼ିକ ଲମ୍ବା, ଶାଖା, ବାହୁ ପରି ଏକ୍ସଟେନ୍ସନ କିମ୍ବା ଫିଲୋଓପୋଡିଆ ପ୍ରଦର୍ଶନ କରନ୍ତି, ଯାହା ଶରୀରରେ ଥିବା ଜୀବାଣୁଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିଥାଏ ।

ତେବେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଅନୁସନ୍ଧାନକୁ ବୈଧ କରିବା ପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ।

UCSFର ସହ-ଲେଖକ ଅଧ୍ୟୟନ ଲେଖକ, ନେବାନ କ୍ରୋଗାନ କହିଛନ୍ତି, “ଫିଲୋପୋଡିଆର ବିସ୍ତୃତ ଶାଖାର ଦୃଶ୍ୟରେ ପୁଣିଥରେ ଏହା ବର୍ଣ୍ଣନା କରାଯାଇଛିଯେ, ଭାଇରସ ହୋଷ୍ଟ ଇଣ୍ଟରେକ୍ସନର ଜୀବ ବିଜ୍ଞାନକୁ ବୁଝିବାରେ ରୋଗକୁ ରେ କିପରି ହସ୍ତକ୍ଷେପ କରିହେବ ।

ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ଦ୍ୱାରା ଅନୁମୋଦିତ 12ଟି ଔଷଧ ମଧ୍ୟ ଚିହ୍ନଟ କରିଛନ୍ତି । ଯାହା କି ଆଗ୍ରହର କିନାସେସକୁ ଟାର୍ଗେଟ କରିଥାଏ। ସେମାନେ କହିଛନ୍ତି ଯେ ଏହି 7ଟି ଯୌଗିକ, ମୁଖ୍ୟତଃ ଆଣ୍ଟିକ୍ୟାନସର ଏବଂ ପ୍ରୟୋଗଶାଳା ପ୍ରୟୋଗରେ ଶକ୍ତିଶାଳୀ ଆଣ୍ଟିଭାଇରାଲ କାର୍ଯ୍ୟକଳାପ ପ୍ରଦର୍ଶନ କରିଥିଲା ।

ଡ୍ରଗ ଆବିଷ୍କାର ପାଇଁ ଆମର ତଥ୍ୟ ଚାଳିତ ଆଭିମୁଖ୍ୟ ଏକ ନୂତନ ଔଷଧ ଚିହ୍ନଟ କରିଛି ଯେଉଁଥିରେ କୋଭିଡ-19 ସହିତ ଲଢିବାର ବହୁତ ସମ୍ଭାବନା ଅଛି, ସେମାନେ ନିଜେ କିମ୍ବା ଅନ୍ୟ ଔଷଧ ସହିତ ମିଶି ଏହି ମହାମାରୀକୁ ସମାପ୍ତ କରିବାରେ ସାହାଯ୍ୟ କରିବେ କି ନାହିଁ ବୋଲି ଉତ୍ସାହିତ ଥିବା କ୍ରୋଗାନ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details