ଓଡିଶା

odisha

ETV Bharat / international

ବାଇଡେନ୍‌-ପୁଟିନ ଆଲୋଚନା ବିଫଳ, ଋଷ ଜଳସୀମାରେ ଅନୁପ୍ରବେଶ କଲା ଆମେରିକା ଜାହାଜ

ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଗତକାଲି(ରବାବାର) ଦିନ ଋଷ ଓ ଆମେରିକା ପ୍ରଶାନ୍ତ ମହାସାଗରରେ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

ବିଫଳ ହେଲା ବାଇଡେନ୍‌-ପୁଟିନ ଆଲୋଚନା : ଋଷ ଜଳସୀମାରେ ଅନୁପ୍ରବେଶ କଲା ଆମେରିକା ଜାହାଜ
ବିଫଳ ହେଲା ବାଇଡେନ୍‌-ପୁଟିନ ଆଲୋଚନା : ଋଷ ଜଳସୀମାରେ ଅନୁପ୍ରବେଶ କଲା ଆମେରିକା ଜାହାଜ

By

Published : Feb 14, 2022, 12:24 PM IST

ଓ୍ବାଶିଂଟନ:ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନରେ କଥାହେବା ସମୟରେ ୟୁକ୍ରେନ ଆକ୍ରମଣ ବଡ଼ଧରଣର ଦୁର୍ଦ୍ଦଶାର କାରଣ ହେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଚେତାବନୀ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ଶତ୍ରୁତା ଥମିବାର ନା ନେଉନାହିଁ । ଗତକାଲି(ରବାବାର) ଦିନ ଋଷ ଓ ଆମେରିକା ପ୍ରଶାନ୍ତ ମହାସାଗରରେ ମୁହାଁମୁହିଁ ହୋଇଛନ୍ତି ।

ଋଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମେରିକାର ଏକ ବୁଡାଜାହାଜ ଋଷ କ୍ଷେତ୍ରକୁ ଆସିଯାଇଥିଲା । ଫଳରେ ପ୍ରଶାନ୍ତ ମହାସାଗରରେ ଉଭୟ ମୁହାଁମୁହିଁ ହୋଇଛନ୍ତି । ପରେ ଉପଯୁକ୍ତ ବୁଦ୍ଧି ପ୍ରୟୋଗ କରି ଆମେରିକୀୟ ଜାହାଜ ପ୍ରତ୍ୟାବର୍ତ୍ତନ କରିଥିବା କଥା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି । କିନ୍ତୁ ଉଭୟ ଦେଶ ମଧ୍ୟରେ ହୋଇଥିବା ସାମରିକ ଅପରେସନକୁ ଖଣ୍ଡନ କରିଛି ୟୁଏସ । ଘଟଣାକୁ ନେଇ ଆମେରିକୀୟ ସୈନ୍ୟ ଅଧିକାରୀ କାଇଲ୍ ରାଏନ୍ସ କହିଛନ୍ତି ଯେ, ଋଷ ଅଭିଯୋଗର କୌଣସି ସତ୍ୟତା ନାହିଁ ।

ଆମେରିକାର କୌଣସି ଯୁଦ୍ଧ ଜାହାଜ ଋଷ ସୀମାରେ ପ୍ରବେଶ କରିନାହିଁ । ଏହି ଘଟଣାକୁ ନେଇ ମସ୍କୋରେ ଆମେରିକାର ପ୍ରତିରକ୍ଷା ବିଭାଗକୁ ଡକାଯାଇଥିବା କଥା ମନ୍ତ୍ରାଳୟ କହିଛି । ଋଷ ଅଭିଯୋଗ କରି କହିଛି ଯେ, ଆମେରିକା ଅନ୍ତର୍ଜାତୀୟ ନିୟମ ଉଲ୍ଲଙ୍ଘନ କରି ଜାତିୟ ସୁରକ୍ଷାକୁ ବିପଦ ଆଡକୁ ଟାଣି ନେଉଛି ।

ABOUT THE AUTHOR

...view details