ଓଡିଶା

odisha

ETV Bharat / international

Russia-Ukraine Crisis: ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବାଇଡେନ

ୟୁକ୍ରେନ-ଋଷ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ୟାର ସମାଧାନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌(us president Joe Biden) ଏବଂ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Russian president Vladimir Putin) ରାଜି ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Russia-Ukraine crisis: ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଆମେରିକା ରାଷ୍ଟ୍ରପତି
Russia-Ukraine crisis: ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଆମେରିକା ରାଷ୍ଟ୍ରପତି

By

Published : Feb 21, 2022, 10:48 AM IST

ଓ୍ବାଶିଂଟନ:ୟୁକ୍ରେନ-ଋଷ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ୟାର ସମାଧାନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌(us president Joe Biden) ଏବଂ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Russian president Vladimir Putin) ରାଜି ହୋଇଥିବା ସୂଚନା ରହିଛି । ଏନେଇ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍(US Secretary of State Antony Blinken) ସୂଚନା ଦେଇଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଏହି ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ ।

ୟୁକ୍ରେନ ଉପରେ ଋଷ ଆକ୍ରମଣ ଯୋଜନା କରୁଥିବାରୁ ଆମେରିକା ଏବଂ ଋଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ନେଇ ବ୍ଲିଙ୍କେନ୍‌ଙ୍କ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ସର୍ବଦା ଅସ୍ବୀକାର କରିଆସିଛି ଋଷ ।

ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ବ୍ଲିଙ୍କେନ୍ କହିଛନ୍ତି ଯେ, ଋଷ ଆସନ୍ତା କିଛି ଦିନ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିବାର ଆଶଙ୍କା ଯଥେଷ୍ଟ । ଋଷିଆ ସୈନ୍ୟ ପ୍ରତ୍ୟାହାର ନେଇ ଦାବି କରିଆସୁଥିବା ବେଳେ ସେପରି କିଛି ସୂଚନା ଦୃଶ୍ୟମାନ ହେଉନାହିଁ । ଏବେ ମଧ୍ୟ ଋଷିଆ ସେନାର ବହୁ ଯବାନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ପ୍ରସ୍ତୁତିରେ ଲାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ : Ukraine crisis: ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ୟୁରୋପର ନିରପତ୍ତା ଓ ରାଜନୈତିକ ସ୍ଥିରତା ଦୃଷ୍ଟିରୁ ଏହି ବୈଠକ ଜରୁରୀ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଥିଲା କେବଳ ଏତିକି ନୁହେଁ, ୟୁକ୍ରେନ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ।

ABOUT THE AUTHOR

...view details