ଓଡିଶା

odisha

ETV Bharat / international

କୋରୋନା ଚିକିତ୍ସା ପାଇଁ ଗଞ୍ଜେଇ ଉପରେ ଗବେଷକଙ୍କ ନଜର - କୋରୋନା ଚିକିତ୍ସାରେ କାନାବିସ ବ୍ୟବହାର

ଇତିମଧ୍ୟରେ ବୈଜ୍ଞାନିକ ତଥା ଗବେଷକଙ୍କ ନଜର ପଡିଛି କାନାବିସ(ଗଞ୍ଜେଇ) ଡ୍ରଗ ଉପରେ । ଏଥିରେ ଥିବା ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ କୋରୋନା ମୁକାବିଲା ପାଇଁ କେତେ ଲାଭଦାୟୀ ସେନେଇ ଆରମ୍ଭ ହୋଇଛି ପରୀକ୍ଷା ।

corona pandemic, corona situation in us, corona vaccine, corona treatment, use of canabis for corona treatment, canabis drug, କୋରୋନା ସଂକ୍ରମଣ, ଆମେରିକାରେ କୋରୋନା ସ୍ଥିତି, କୋରୋନା ପ୍ରତିଷେଧକ, କୋରୋନା ଚିକିତ୍ସା, କୋରୋନା ଚିକିତ୍ସାରେ କାନାବିସ ବ୍ୟବହାର, କାନାବିସ ଡ୍ରଗ୍ସ
କୋରୋନା ଚିକିତ୍ସା ପାଇଁ କାନାବିସ ଉପରେ ଗବେଷକଙ୍କ ନଜର

By

Published : Jul 27, 2020, 6:24 AM IST

ଆଟଲାଣ୍ଟା: କୋରୋନା ସଂକ୍ରମଣର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଲକ୍ଷଣ ଓ ଚିକିତ୍ସାକୁ ବୁଝିବା ପାଇଁ ଗବେଷକମାନେ ଯେତିକି ଚେଷ୍ଟା କରୁଛନ୍ତି ଏହାର ପ୍ରକାରଭେଦ ସେତିକି ବଢିବାରେ ଲାଗୁଛି । ଏମିତିରେ ଏହାର ଚିକିତ୍ସା ପାଇଁ କେଉଁ ସହୁ ଉପାଦାନ ଲାଭଦାୟୀ ସେନେଇ ଚାଲୁଛି ଅନେକ ପରୀକ୍ଷା ନିରୀକ୍ଷା । ଇତିମଧ୍ୟରେ ବୈଜ୍ଞାନିକ ତଥା ଗବେଷକଙ୍କ ନଜର ପଡିଛି କାନାବିସ(ଗଞ୍ଜେଇ) ଉପରେ । ଏଥିରେ ଥିବା ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ କୋରୋନା ମୁକାବିଲା ପାଇଁ କେତେ ଲାଭଦାୟୀ ସେନେଇ ଆରମ୍ଭ ହୋଇଛି ପରୀକ୍ଷା ।

ବର୍ତ୍ତମାନ ସୁଦ୍ଧା କୋରୋନା ଚିକିତ୍ସା ପାଇଁ କାନାବିସର ବ୍ୟବହାର ନେଇ କେବଳ ପ୍ରସ୍ତାବ ଉଠିଛି । ହେଲେ ଏପର୍ଯ୍ୟନ୍ତ ଏଥିରେ ସହମତିରେ ମୋହର କୌଣସି ଗବେଷକ ମାରି ନଥିବା ଜଣା ପଡିଛି । ସେପଟେ କୋରୋନା ଭୂତାଣୁର ଶରୀର ଉପରେ ପ୍ରଭାବ ଦର୍ଶାଇବାକୁ ଯାଇ ଗବେଷକ କହିଛନ୍ତି କି କୋରୋନା ସଂକ୍ରମଣ ବଢିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ ବାହାରକୁ ପଳାଏ । ଫଳରେ ଶରୀରରେ ସାଇଟୋକାଇନ କ୍ଷରଣର ତୀବ୍ରତା ବଢିଯାଏ । ଅନ୍ୟ ଶବ୍ଦରେ କହିବାକୁ କଲେ ଶରୀରରେ ସାଇଟୋକାଇନ ଝଡ ସୃଷ୍ଟି ହୁଏ । ଯାହାକୁ ନିୟନ୍ତ୍ରଣ କରାନଗଲେ ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡେ ।

ତେବେ ଶରୀରରେ ସାଇଟୋକାଇନ ଝଡ ସୃଷ୍ଟି ହେବା ଦ୍ବାରା ମାଂସପେଶୀରେ ପୀଡା, ଶରୀର ବ୍ୟଥା, ଥଣ୍ଡା, ତୀବ୍ର ଜ୍ବର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ । ସେପଟେ ପୂର୍ବରୁ ସିବିଡି ଦ୍ବାରା ସାଇଟୋକାଇନ କ୍ଷରଣକୁ ନିୟନ୍ତ୍ରଣ କରାଯାଇପାରୁଥିବା ବେଳେ ନେଇ ଗବେଷକମାନେ ଜାଣିବାକୁ ପାଇଥିଲେ । ତେଣୁ କୋରୋନା ମୁକାବିଲାରେ କାନାବିସର ଏହି ଗୁଣକୁ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ଗବେଷକମାନେ ପରୀକ୍ଷା ଆରମ୍ଭ କରିଥିବା ଜଣା ପଡିଛି ।

ଆମେରିକାରେ ଅଣାୟତ ହୋଇପଡିଥିବା କୋରୋନା ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଗବେଷକମାନେ ବିଭିନ୍ନ ସାମଗ୍ରୀକୁ ଚିକିତ୍ସାରେ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ପରୀକ୍ଷା କରୁଛନ୍ତି । ତେବେ କାନାବିସର କାର୍ଯ୍ୟକାରିତା ନେଇ ୟୁନିଭର୍ସିଟି ଅଫ ନେବ୍ରାସ୍କା ଓ ଟେକ୍ସାସ ବାୟୋମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମିଳିତ ଭାବେ ଏହି ଅନୁଧ୍ୟାନ ଜାରି ରଖିଥିବା ଜଣା ପଡିଛି ।

ABOUT THE AUTHOR

...view details