ଓଡିଶା

odisha

ETV Bharat / international

'କୋରୋନା ରୋଗୀଙ୍କ ମଧ୍ୟରେ ବେକାରୀ ବଢିପାରେ' - କୋରୋନା

କୋରୋନା ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ବେକାରୀ ବଢିପାରେ । କାରଣ ମାରାତ୍ମକ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରେ ଜ୍ଞାନଗତ ଏବଂ ଶାରୀରିକ ପରିବର୍ତ୍ତନ ସହ ଶାରୀରିକ ଶକ୍ତି ହ୍ରାସ ଏବଂ ଚିନ୍ତା କ୍ଷମତା ହ୍ରାସ ହେବାର ଆଶଙ୍କା ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଜନ୍ ହପକିନ୍ସ ମେଡିସିନର ଅନୁସନ୍ଧାନରୁ ଜଣାପଡିଛି ।

_corona
କୋରୋନା ରୋଗୀଙ୍କ ମଧ୍ୟରେ ବେକାରୀ ବଢିପାରେ

By

Published : Jun 6, 2020, 10:28 AM IST

ହାଇଦ୍ରାବାଦ: କୋରୋନା ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ବେକାରୀ ବଢିପାରେ । କାରଣ ମାରାତ୍ମକ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରେ ଜ୍ଞାନଗତ ଏବଂ ଶାରୀରିକ ପରିବର୍ତ୍ତନ ସହ ଶାରୀରିକ ଶକ୍ତି ହ୍ରାସ ଏବଂ ଚିନ୍ତା କ୍ଷମତା ହ୍ରାସ ହେବାର ଆଶଙ୍କା ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଜନ୍ ହପକିନ୍ସ ମେଡିସିନର ଅନୁସନ୍ଧାନରୁ ଜଣାପଡିଛି ।

ଏକ ପାଞ୍ଚ ବର୍ଷର ଅଧ୍ୟୟନ ଅନଲାଇନ୍ ଥୋରାକ୍ସ ପତ୍ରିକାରେ ଗତ 2017 ସେପ୍ଟେମ୍ବର 16 ପ୍ରକାଶିତ ପତ୍ରିକାରୁ ଜଣାପଡିଛି ଯେ, ଆକ୍ୟୁଟ ରେସପିରାଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମ (ଏଆରଡିଏସ)ରୁ ସୁସ୍ଥ ହୋଇ କାମକୁ ଫେରିଥିବା ରୋଗୀମାନଙ୍କର ଏକ ପରୀକ୍ଷା କରାଯାଇଥିଲା । ସେହିପରି କୋରୋନା ରୋଗୀଙ୍କ କ୍ଷେତ୍ରରେ ଅଧିକ ସମୟ ଭେଣ୍ଟିଲେଟରରେ ରହିବା କାରଣରୁ ସେମାନଙ୍କ ଠାରେ ଫୁସଫୁସ ଜନିତ ସମସ୍ୟା ସହ ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି କରେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ହାରାହାରି 180,000 ଡଲାର କ୍ଷତି ସହ 3-4 କୋରୋନା ରୋଗୀ ଚାକିରି ହରାଇଛନ୍ତି ।

ପାଞ୍ଚ ବର୍ଷର ଅନୁସନ୍ଧାନରୁ

ଜଣାପଡିଛି ଯେ, ଏହି ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଶଂ ରୋଗୀ କେବେ ନିଜ କାମକୁ ଫେରିବେ ନାହିଁ । ଆଇସିୟୁରେ ଦୁଇ ସପ୍ତାହ କାଟିଥିବା ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଏକ ଜୀବନ ପରିବର୍ତ୍ତନକାରୀ ହୋଇପାରେ ବୋଲି ଜନ୍ ହପକିନ୍ସ କ୍ରିଟିକାଲ୍ କେୟାର ଫିଜିକାଲ୍ ମେଡିସିନ ଅଧ୍ୟୟନର ମୁଖ୍ୟ ଡାଲେ ନିଧମ କହିଛନ୍ତି ।

ମଲ୍ଟିସେଣ୍ଟର ନ୍ୟାସନାଲ ଅଧ୍ୟୟନରୁ ଜଣାପଡିଛି ଯେ, ଏଆରଡିଏସରୁ ସୁସ୍ଥ ହୋଇଥିବା 44% ରୋଗୀ ଗୁରୁତର ଅସୁସ୍ଥତା କାରଣରୁ ଗୋଟିଏ ବର୍ଷ ମଧ୍ୟରେ କାମକୁ ଫେରିବେ ନାହିଁ। ଅଧ୍ୟୟନର ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ବେକାରୀ ରୋଗୀଙ୍କ ମଧ୍ୟରେ 14% ଘରୋଇ ସ୍ୱାସ୍ଥ୍ୟ ବୀମା ହରାଇଥିବାବେଳେ 16% ରୋଗୀ ସରକାରୀ ଫଣ୍ଡ ଆବଶ୍ୟକ କରିବେ ।

ABOUT THE AUTHOR

...view details