ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଭିତ୍ତିହୀନ: ପୁଟିନ - ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ଭିତ୍ତିହୀନ ବୋଲି କହିଛନ୍ତି ତାଙ୍କର ଋଷୀୟ ପ୍ରତିପକ୍ଷ ଭ୍ଲାଦମିର ପୁଟିନ। ଏ ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ପୁଟିନ କ’ଣ ପ୍ରତିକ୍ରିୟା ରଖିଛନ୍ତି, ପଢନ୍ତୁ...

Putin-Trump
ଫାଇଲ ଫଟୋ

By

Published : Dec 20, 2019, 10:49 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ହାଉସ୍‍ ଅଫ ରିପ୍ରେଜେଣ୍ଟେଟିଭରେ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନରେ ଗୃହୀତ ହୋଇଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କର ଋଷୀୟ ପ୍ରତିପକ୍ଷ ତଥା ରାଷ୍ଟ୍ରପତି ଭ୍ଲାଦମିର ପୁଟିନ। ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଭିତ୍ତିହୀନ ଏବଂ ବିରୋଧୀଙ୍କ ପକ୍ଷରୁ କରାଯାଇଥିବା ଏକ ଷଡଯନ୍ତ୍ର। ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନର ଅନ୍ତ ନୁହେଁ।

ଆମେରିକୀୟ ପ୍ରତିପକ୍ଷ ଟ୍ରମ୍ପଙ୍କୁ ସମର୍ଥନ ଜଣାଇ ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି,‘ ଏହି ମହାଭିଯୋଗ ପ୍ରସ୍ତାବକୁ ଏବେ ସିନେଟ ମାଧ୍ୟମରେ ଯିବାର ଆବଶ୍ୟକତା ରହିଛି। ସିନେଟରେ ରିପବ୍ଲିକ ପାଖରେ ସଂଖ୍ୟାଗରିଷ୍ଠତା ରହିଛି । ସେମାନେ ନିଜ ଦଳର ହିଁ ପ୍ରତିନିଧିକୁ ଧକ୍କା ଦେଇ ବାହାର କରିବେ ନାହିଁ। ଏହି ମହାଭିଯୋଗ ପ୍ରସ୍ତାବ ଡେମୋକ୍ରେଟିକ ଏବଂ ରିପବ୍ଲିକ ମଧ୍ୟରେ ଚାଲିଥିବା ଏକ ରାଜନୈତିକ ବିବାଦ। ’

ABOUT THE AUTHOR

...view details