ଓଡିଶା

odisha

ETV Bharat / international

ବିକ୍ଷୋଭକାରୀଙ୍କ ହିଂସା: ଭାଙ୍ଗିଲା ସଂଘ ଜେନେରାଲଙ୍କ ପ୍ରତିମୂର୍ତ୍ତି - ଆମେରିକାରେ ଜାତିଆଣ ବିରୋଧୀ ବିକ୍ଷୋଭକାରୀଙ୍କ ହିଂସା

ୱାଶିଂଟନଠାରେ ଗତ 120 ବର୍ଷ ହେବ ରହିଥିବା ସଂଘ ଜେନେରାଲ ଆଲବର୍ଟ ପାଇକଙ୍କ ମୂର୍ତ୍ତିକୁ ଶୁକ୍ରବାର ୟଥା ସ୍ଥାନରୁ ତଳକୁ ଖସାଇ ଦେଇଛନ୍ତି ବିକ୍ଷୋଭକାରୀ । ଶୁକ୍ରବାର ସକାଳ ପ୍ରାୟ 11ଟା ସମୟରେ ଜୁଡିସିଆରି ସ୍କୋୟାରସ୍ଥିତ ପାଇକଙ୍କ ପ୍ରତିମୂର୍ତ୍ତି ଚାରିପଟେ ପ୍ରଥମେ ବିକ୍ଷୋଭକାରୀ ଏକାଠି ହୋଇଥିଲେ । ଏହାର ଠିକ୍‌ 15 ମିନିଟ୍‌ ପରେ ବିକ୍ଷୋଭକାରୀମାନେ ପାଇକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ତଳେ ପକାଇ ଦେଇଥିବା ଦେଖାଯାଇଥିଲା ।

protestors rage in america, anti racism protestors rage in america, confederal general's statue toppled down in america, ଆମେରିକାରେ ବିକ୍ଷୋଭକାରୀଙ୍କ ହିଂସା, ଆମେରିକାରେ ଜାତିଆଣ ବିରୋଧୀ ବିକ୍ଷୋଭକାରୀଙ୍କ ହିଂସା, ଆମେରିକାରେ ଭାଙ୍ଗିଲା ସଂଘ ଜେନେରାଲଙ୍କ ପ୍ରତିମୂର୍ତ୍ତୀ
ବିକ୍ଷୋଭକାରୀଙ୍କ ହିଂସା: ଭାଙ୍ଗିଲା ସଂଘ ଜେନେରାଲଙ୍କ ପ୍ରତିମୂର୍ତ୍ତୀ

By

Published : Jun 21, 2020, 2:57 AM IST

ୱାଶିଂଟନ: ଉଗ୍ର ହେବାରେ ଲାଗିଛି ଆମେରିକାରେ ବର୍ଣ୍ଣବୈଷମ୍ୟ ବିରୋଧୀ ବିକ୍ଷୋଭକାରୀଙ୍କ ଆଚରଣ । ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରଚଳିତ ଧାରାର ବିରୋଧ ପରିବର୍ତ୍ତେ ବାରମ୍ବାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ସହ ହିଂସାତ୍ମକ ଆଚରଣର ପ୍ରଦର୍ଶନ ହେଉଥିବା ଦେଖାଯାଉଛି । ଲଣ୍ଡନରେ ଏହି ବିକ୍ଷୋଭ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ମୂର୍ତ୍ତି ଭଙ୍ଗାଯାଇଥିବା ବେଳେ ଏବେ ଆମେରିକା ଏହି ଘଟଣାର ପୁନରାବୃତ୍ତି ହୋଇଛି ।

ୱାଶିଂଟନଠାରେ ଗତ 120 ବର୍ଷ ହେବ ରହିଥିବା ସଂଘ ଜେନେରାଲ ଆଲବର୍ଟ ପାଇକଙ୍କ ମୂର୍ତ୍ତିକୁ ଶୁକ୍ରବାର ୟଥା ସ୍ଥାନରୁ ତଳକୁ ଖସାଇ ଦେଇଛନ୍ତି ବିକ୍ଷୋଭକାରୀ । ଶୁକ୍ରବାର ସକାଳ ପ୍ରାୟ 11ଟା ସମୟରେ ଜୁଡିସିଆରି ସ୍କୋୟାରସ୍ଥିତ ପାଇକଙ୍କ ପ୍ରତିମୂର୍ତ୍ତି ଚାରିପଟେ ପ୍ରଥମେ ବିକ୍ଷୋଭକାରୀ ଏକାଠି ହୋଇଥିଲେ । ଏହାର ଠିକ୍‌ 15 ମିନିଟ୍‌ ପରେ ବିକ୍ଷୋଭକାରୀମାନେ ପାଇକଙ୍କ ପ୍ରତିମୂର୍ତ୍ତୀକୁ ଭାଙ୍ଗି ତଳେ ପକାଇ ଦେଇଥିବା ଦେଖାଯାଇଥିଲା । କେବଳ ସେତିକି ନୁହେଁ, ସହରରେ ଖୋଲା ସ୍ଥାନରେ ରହିଥିବା ଏକମାତ୍ର ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଏଥିରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ ।

ଆମେରିକାରେ ଗୁଲାମି ପ୍ରଥାର ଅନ୍ତ ସ୍ବରୂପ ପ୍ରତୀକାତ୍ମକ ଭାବେ ଜୁନଟିନ୍‌ଥ ପାଳନ ହେବା ଅବସରରେ ଶୁକ୍ରବାର ଏପରି ଘଟଣା ଘଟିଥିବା ଦେଖାଯାଇଥିଲା । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସି ପୋଲିସ ଏହା କିପରି ହେବାକୁ ଦେଲା ବୋଲି ପ୍ରଶ୍ନ କରିଥିଲେ । କ୍ରୋଧର ବଶବର୍ତ୍ତୀ ହୋଇ ଟ୍ରମ୍ପ ଟ୍ବିଟରେ ଏହା ମଧ୍ୟ ଲେଖିଥିଲେ କି ୱାଶିଂଟନ ପୋଲିସ ନିଜ କାର୍ଯ୍ୟ ଠିକ୍‌ ଭାବେ କରୁନାହିଁ । ଆଖି ସାମ୍ନାରେ ଜଣେ ଜନନାୟକଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲାଗିଗଲା ଅଥଚ ପୋଲିସ କିଛି କରିପାରିଲା ନାହିଁ । ସେପଟେ ବିକ୍ଷୋଭକାରୀଙ୍କ ବଢୁଥିବା ହିଂସାତ୍ମକ ଆଚରଣକୁ ନଜରରେ ରଖି ଦେଶର ବିଭିନ୍ନ ରାଜ୍ୟ ଓ ସହରରେ ରହିଥିବା ପ୍ରତିମୂର୍ତ୍ତିଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

@IANS

ABOUT THE AUTHOR

...view details