ଟେଗୁସିଗାଲ୍ପା: କୋରୋନା କବଳରେ ସାରା ବିଶ୍ବ । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ହୋଣ୍ଡୁରାସର ରାଷ୍ଟ୍ରପତି ଜୁଆନ୍ ଓର୍ଲାଣ୍ଡୋ ହର୍ନାଣ୍ଡେଜ୍ କହିଛନ୍ତି ଯେ ସେ, ତାଙ୍କ କୋରୋନାଭାଇରସ୍ ରିପୋର୍ଟ ପଜେଟିଭ ରହିଛି । ଏହାସହ ତାଙ୍କ ପତ୍ନୀ ଓ ଦୁଇ ସହଯୋଗୀ ମଧ୍ୟ କୋରୋନା ସଂକ୍ରମିତ ରହିଥିବା ସେ ସୂଚନା ଦେଇଛନ୍ତି ।
ମଙ୍ଗଳବାର ରାତିରେ ଏକ ଟେଲିଭିଜନକୁ ସମ୍ବୋଧନରେ କରି ରାଷ୍ଟ୍ରପତି ହର୍ନାଣ୍ଡେଜ୍ କହିଛନ୍ତି, ସପ୍ତାହକ ପୂର୍ବରୁ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ବୁଧବାର ତାଙ୍କର କୋରୋନା ଟେଷ୍ଟ ପରେ ରିପୋର୍ଟ ପଜେଟିଭ ଆସିଥିଲା ।
ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସାମାନ୍ୟ ଲକ୍ଷଣ ଥିଲା । ଏବେ ସେ ଚିକିତ୍ସିତ ହେଉଛନ୍ତି । ସେ କହିଛନ୍ତି ଯେ ସେ ଆଇସୋଲେସନରେ ରହିଥିବାବେଳେ ମଧ୍ୟ ରାଷ୍ଟ୍ରପତି ଦାୟିତ୍ବ ତୁଲାଇବେ ।