ଓଡିଶା

odisha

By

Published : Jul 8, 2020, 9:42 PM IST

ETV Bharat / international

ଗଲଓ୍ବାନ ଘାଟିରେ ଆକ୍ରୋଶମୂଳକ ଆକ୍ରମଣ କରିଥିଲା ଚୀନ: ମାଇକ ପୋମ୍ପିଓ

ଚୀନ ଉପରେ ବର୍ଷିଲେ ଆମେରିକା ବୈଦେଶୀକ ମନ୍ତ୍ରୀ ମାଇକ ପୋମ୍ପିଓ । ଗଲଓ୍ବାନ ଘାଟିରେ ଚୀନ ଆକ୍ରୋଶ ମୂଳକଭାବେ ଆକ୍ରମଣ କରିଥିବା କହିଛନ୍ତି ମାଇକ । ଅଧିକ ପଢନ୍ତୁ...

ଗଲଓ୍ବାନ ଘାଟିରେ ଆକ୍ରୋଶମୂଳକ ଆକ୍ରମଣ କରିଥିଲା ଚୀନ: ମାଇକ ପୋମ୍ପିଓ
ଗଲଓ୍ବାନ ଘାଟିରେ ଆକ୍ରୋଶମୂଳକ ଆକ୍ରମଣ କରିଥିଲା ଚୀନ: ମାଇକ ପୋମ୍ପିଓ

ଭାରତୀୟ ଯବାନଙ୍କୁ ଆକ୍ରମଣ ଘଟଣାରେ ଚୀନ ଉପରେ ବର୍ଷିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ । ଚୀନ ଆକ୍ରୋଶମୂଳକ ଭାବେ ଭାରତକୁ ଆକ୍ରମଣ କରିଥିବା ପୋମ୍ପିଓ କହିଛନ୍ତି ।

ଗଲଓ୍ବାନ ଘାଟିରେ ଆକ୍ରୋଶମୂଳକ ଆକ୍ରମଣ କରିଥିଲା ଚୀନ: ମାଇକ ପୋମ୍ପିଓ

ମାଇକ କହିଛନ୍ତି ଯେ ଚୀନ ଗଲଓ୍ବାନ ଘାଟିରେ ଆକ୍ରୋଶ ମୂଳକଭାବେ ଭାରତ ଉପରେ ଆକ୍ରମଣ କରିଛି । ହେଲେ ଭାରତୀୟ ଯବାନ ମଧ୍ୟ ଚୀନ ସେନାକୁ ଦୃଢ ଯବାବ ଦେଇଛି । ତେବେ ଏ ଘଟଣାକୁ ନେଇ ଅନେକ ଥର ଭାରତୀୟ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଫୋନରେ କଥା ହୋଇଥିବା ସେ କହିଛନ୍ତି । ଚୀନ ନିଜ ପଡୋଷୀ ଦେଶଗୁଡିକର ସାର୍ବଭୌମତ୍ବକୁ ସମ୍ମାନ ଜଣାଉନଥିବା ମାଇକ ଅଭିଯୋଗ କରିଛନ୍ତି | ସେ କହିଛନ୍ତି ଭୁଟାନର ଜନସାଧାରଣଙ୍କ ପାଇଁ ଏହା ବର୍ତ୍ତମାନ ସତ୍ୟ ଅଟେ | ଏହାର ଜବାବ ଦେବା ପାଇଁ ବିଶ୍ବକୁ ଏକତ୍ର ହେବା ଆବଶ୍ୟକ ।

ଟିକଟକ ଉପରେ ମଧ୍ୟ ପ୍ରତିକ୍ରିୟା ରଖି ମାଇକ କହିଛନ୍ତି ଆମେରିକୀୟ ନାଗରିକମାନଙ୍କର ଗୋପନୀୟତା ଏବଂ ସେମାନଙ୍କର ତଥ୍ୟର ସୁରକ୍ଷା ପାଇଁ ଆମେ ନିରନ୍ତର ପ୍ରଚେଷ୍ଠା ଜାରି ରଖିଛୁ । ମୋମ୍ପିଓ ଆହୁରି ମଧ୍ୟ କହିଛନ୍ତି ଚୀନ ନିଜ ଦେଶର ଲୋକଙ୍କୁ ଭୟ କରୁଛି । ଏହା ଭାଇରସର ଉତ୍ପତି ନେଇ ସଠିକ ତଥ୍ୟ ଦେବାରେ ବିଫଳ ହୋଇଛି, ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନର ଗତିବିଧିକୁ ଗମ୍ଭୀରତାର ସହ ନେଇଥିବା ପୋମ୍ପିଓ କହିଛନ୍ତି ।

ABOUT THE AUTHOR

...view details