ଓଡିଶା

odisha

ETV Bharat / international

ଆମେରିକା ଉପରାଷ୍ଟ୍ରପତି ବିତର୍କ: ପେନ୍ସ ଓ ହାରିସ ମଧ୍ୟରେ ରହିବ ପ୍ଲେକ୍ସିଗ୍ଲାସ

ପ୍ଲେକ୍ସିଗ୍ଲାସ ବ୍ୟାରିୟର ପ୍ରତିଷ୍ଠା ପ୍ରସ୍ତାବକୁ ନେଇ ଉଭୟ ପେନ୍ସ ଓ ହାରିସ କ୍ୟାମ୍ପରେ ମତଭେଦ ଦେଖାଦେଇଥିଲା। ପ୍ଲେକ୍ସିଗ୍ଲାସ ସ୍ଥାପନ ପ୍ରସ୍ତାବକୁ ହ୍ୟାରିସଙ୍କ ଟିମ ସମର୍ଥନ କରିଥିବା ବେଳେ ପେନ୍ସ ଏହାକୁ ବିରୋଧ କରିଥିଲେ। ସମ୍ପୂର୍ଣ୍ଣ ପଢନ୍ତୁ...

ଆମେରିକା ଉପରାଷ୍ଟ୍ରପତି ବିତର୍କ: ପେନ୍ସ ଓ ହ୍ୟାରିସଙ୍କ ମଧ୍ୟରେ ରହିବ ପ୍ଲେକ୍ସିଗ୍ଲାସ
ଆମେରିକା ଉପରାଷ୍ଟ୍ରପତି ବିତର୍କ: ପେନ୍ସ ଓ ହ୍ୟାରିସଙ୍କ ମଧ୍ୟରେ ରହିବ ପ୍ଲେକ୍ସିଗ୍ଲାସ

By

Published : Oct 8, 2020, 6:37 AM IST

Updated : Oct 8, 2020, 7:24 AM IST

ୱାଶିଂଟନ: ସଲଟଲେକ ସିଟିରେ ଆମେରିକା ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସ ଓ ବର୍ତ୍ତମାନ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ମଧ୍ୟରେ ପ୍ରଥମ ବିତର୍କ ହେବାକୁ ଯାଉଛି । କମଲା ହାରିସ, ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ରନିଂ ମେଟ ଭାବେ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। କୋରୋନା ମହାମାରୀ ସଙ୍କଟ ମଧ୍ୟରେ ଉଥାହର ସଲଟଲେକ ସିଟିରେ ହେବାକୁ ଥିବା ଏହି ବିତର୍କରେ ପେନ୍ସ ଓ ହ୍ୟାରିସଙ୍କ ମଧ୍ୟରେ ପ୍ଲେକ୍ସିଗାଲସ ରଖାଯିବ। ପେନ୍ସ ଓ ହ୍ୟାରିସଙ୍କ ଏବଂ ବିତର୍କ ସଞ୍ଚାଳକ ସୁସାନ ପେଜଙ୍କ ମଧ୍ୟରେ ପ୍ଲେକ୍ସିଗ୍ଲାସ ସ୍ଥାପନା ପ୍ରସ୍ତାବକୁ ପ୍ରେସିଡେନସିଆଲ ଡିବେଟ କମିଶନ ଗତ ସୋମବାର ଦିନ ଅନୁମୋଦନ କରିଥିବା ପଲିଟିକୋ ନ୍ୟୁଜ ସୂତ୍ରରୁ ଜଣାପଡିଛି।

ମହାମାରୀ ସଙ୍କଟ ମଧ୍ୟରେ ବିତର୍କ ପାଇଁ ସ୍ବାସ୍ଥ୍ୟ ପ୍ରୋଟକଲ ପ୍ରସ୍ତୁତ କରିବାରେ ସହାୟତା କରୁଥିବା କ୍ଲିଭଲ୍ୟାଣ୍ଡ କ୍ଲିନିକ ନାମକ ସଂସ୍ଥା ମଧ୍ୟ ବିତର୍କରେ ବ୍ୟାରିୟର ସ୍ବରୂପ ପ୍ଲେକ୍ସିଗ୍ଲାସ ସ୍ଥାପନ ପ୍ରସ୍ତାବକୁ ସମର୍ଥନ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କୋଭିଡ ଆକ୍ରାନ୍ତ ହୋଇଛନ୍ତି ବୋଲି ଗତ ଅକ୍ଟୋବର ୨ ତାରିଖରେ ଖୋଦ ଟ୍ରମ୍ପ ଘୋଷଣା କଲା ପରେ ବିତର୍କ କିଭଳି ସୁରକ୍ଷିତ ଭାବେ ହେବ ସେ ନେଇ ଉଭୟ ପେନ୍ସ ଓ ହାରିସଙ୍କ ଟିମ ମଧ୍ୟରେ ବ୍ୟାପକ ବିଚାରବିମର୍ଶ ଚାଲିଥିଲା। ବିତର୍କ ପାଇଁ ଦୁଇ ପ୍ରାର୍ଥୀଙ୍କ ଆସନ ୭ ଫୁଟରୁ ୧୩ ଫୁଟ ବ୍ୟବଧାନ ମଧ୍ୟରେ ରଖିବାକୁ ମଧ୍ୟ ପ୍ରେସିଡେନସିଆଲ ଡିବେଟ କମିଶନ ନିଷ୍ପତ୍ତି ନେଇଛି। ତେବେ ପ୍ଲେକ୍ସିଗ୍ଲାସ ବ୍ୟାରିୟର ପ୍ରତିଷ୍ଠା ପ୍ରସ୍ତାବକୁ ନେଇ ଉଭୟ ପେନ୍ସ ଓ ହାରିସ କ୍ୟାମ୍ପରେ ମତଭେଦ ଦେଖାଦେଇଥିଲା। ପ୍ଲେକ୍ସିଗ୍ଲାସ ସ୍ଥାପନ ପ୍ରସ୍ତାବକୁ ହାରିସଙ୍କ ଟିମ ସମର୍ଥନ କରିଥିବା ବେଳେ ପେନ୍ସ ଏହାକୁ ବିରୋଧ କରିଥିଲେ । ଯଦି ସିନେଟର ହାରିସ ନିଜ ପାଖରେ ଏକ ଦୁର୍ଗ ବ୍ୟବହାର କରିବାକୁ ଚାହାନ୍ତି,ତାହାହେଲେ ସେ ସେଇୟା କରନ୍ତୁ ବୋଲି ପେନ୍ସଙ୍କ ମୁଖପାତ୍ର କ୍ୟାଟି ମିଲର ପଲିଟିକୋ ନ୍ୟୁଜକୁ କହିଛନ୍ତି।

ଏଣେ ଅକ୍ଟୋବର ୧୫ ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହେବାକୁ ଥିବା ଦ୍ବିତୀୟ ପ୍ରେସିଡେନସିଆଲ ବିତର୍କରେ ପ୍ଲେକ୍ସିଗ୍ଲାସର ବ୍ୟବହାର ପାଇଁ ସେ ରାଜି ଅଛନ୍ତି ବୋଲି ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି । ଏ ବାବଦରେ ବିଶେଷଜ୍ଞ ନ ହେଲେ ବି ସତର୍କତା ଅବଲମ୍ବନ ଜରୁରୀ ବୋଲି ବିଡେନଙ୍କ ଉକ୍ତିକୁ ଉଦ୍ଧାର କରି ଦି ହିଲ କହିଛି।

( ଆଇଏଏନଏସ )

Last Updated : Oct 8, 2020, 7:24 AM IST

ABOUT THE AUTHOR

...view details