ନୂଆଦିଲ୍ଲୀ: ଲକଡାଉନରେ ଘରକୁ ଆସିଲା ନୂଆ ଅତିଥି। ଏଥିପାଇଁ ବାପା ମା ଠାରୁ ଅଜା ଆଇ ସମସ୍ତେ ଖୁସ୍। ହେଲେ କୋରୋନା ପାଇଁ ଜାରି ହୋଇଥିବା ସାମାଜିକ ଦୁରତ୍ବା ମଧ୍ୟ ପରିବାର ମଧ୍ୟରେ ଦୁରତ୍ବ ଆଣି ଦେଇଛି। ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୋଷ୍ଟନର ମାସ୍କଚ୍ୟୁଟସରେ।
ତେବେ 10 ମହଲା ବିଶିଷ୍ଟ ମେଡିକାଲରେ ଜନ୍ମ ହୋଇଥିବା ଘରର ନୂଆ ସଦସ୍ୟ ଜ୍ୟାକ୍କୁ ଅଭିନନ୍ଦନ ଜଣାଇବାକୁ ଅଜା ଆଇ ତଳେ କାର୍ଡ ଧରି ଛିଡା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ପିଲାର ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ପରିବାରର ଜଣେ ବ୍ୟକ୍ତିଙ୍କୁ ଡେଲିଭଲି ୱାର୍ଡକୁ ଯିବାକୁ ଅନୁମତି ଦିଆଯାଇଥିଲା। ଏନେଇ ତଳେ ଆଗ୍ରହର ସହ ଦେଖିବାକୁ ଅପେକ୍ଷା କରିଥିବା ଅଜା ଆଇ ଙ୍କୁ ଝରକା ସାମ୍ନାରୁ ନାତି ଦେଖା ଦେଇଥିଲା। ଅଜା ଆଇଙ୍କ ସହ ନାତିର ଏହି ମିଳନ ଦୃଶ୍ୟ ଏକ ଖୁସିର ବାତାବରଣ ସୃଷ୍ଟି କରିଥିଲା। ଯାହା ସେମାନଙ୍କ ସମ୍ପର୍କକୁ ଏକ ଭିନ୍ନ ସ୍ତରରକୁ ନେଇଯାଇଥିଲା।