ଓଡିଶା

odisha

ETV Bharat / international

ମଡର୍ଣ୍ଣା ଭ୍ୟାକ୍ସିନକୁ ଆମେରିକାର ମଞ୍ଜୁରୀ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ - ମୋଡର୍ଣ୍ଣା ଭ୍ୟାକ୍ସିନ

ମଡର୍ଣ୍ଣା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି ଆମେରିକା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

ମୋଡର୍ଣ୍ଣା ଭ୍ୟାକ୍ସିନକୁ ଆମେରିକାର ମଞ୍ଜୁରୀ
ମୋଡର୍ଣ୍ଣା ଭ୍ୟାକ୍ସିନକୁ ଆମେରିକାର ମଞ୍ଜୁରୀ

By

Published : Dec 18, 2020, 8:04 PM IST

ୱାଶିଂଟନ: ଫାଇଜର ପରେ ମଡର୍ଣ୍ଣା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି ଆମେରିକା । ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖୁବଶୀଘ୍ର ଏହାର ବିତରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ମୋଡର୍ଣ୍ଣା ଭ୍ୟାକ୍ସିନକୁ ଆମେରିକାର ମଞ୍ଜୁରୀ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ୟୁରୋପ ଏବଂ ବିଶ୍ବର ଅନ୍ୟ ଦେଶ ବିଶେଷ କରି ଜର୍ମାନୀ, ଫ୍ରାନ୍ସ, ସ୍ପେନ ଓ ଇଟାଲୀ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛନ୍ତି ।

ଆମେରିକାରେ ଫାଇଜର ଦ୍ବାରା ବିକାଶିତ କୋଭିଡ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ନିକଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏହାପରେ ଆମେରିକାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ଏହି ଟୀକା ।

ଶନିବାର ଆମେରିକାର ଏଫଡିଏ ପରାମର୍ଶ କମିଟି ମଡର୍ଣ୍ଣା ଦ୍ବାରା ବିକଶିତ କୋଭିଡ ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆମେରିକାରେ ଏବେ 3,10,000ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇସାରିଲାଣି କୋରୋନା ଭାଇରସ ।

ABOUT THE AUTHOR

...view details