ସାନ ଫ୍ରାନ୍ସିସ୍କୋ: ବର୍ତ୍ତମାନ ସମୟରେ ବଢିବାରେ ଲାଗିଛି ଗ୍ରୁପ କଲ ବା ଭିଡିଓ କନଫରେନ୍ସର ଚାହିଦା । ଏମିତିରେ ସମସ୍ତ ଭିଡିଓ କନଫରେନ୍ସିଂ ଆପ୍ ମଧ୍ୟରେ ଜୋର ଧରିଛି ଟକ୍କର । ଏହି ପ୍ରତିଯୋଗିତାରେ ମାଇକ୍ରୋସଫ୍ଟର ମିଟ୍ ନାଓ ଆପ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନୀ ଏଥିରେ କିଛି କୁଲ ଆଡିସନ କରିଥିବା ପ୍ରକାଶ କରିଛି । ଏହି କ୍ରମରେ ଏବେ ଟିମ୍ସର ନୂଆ ଫ୍ରି ଭର୍ସନ ଆସିଥିବା କମ୍ପାନୀ କହିଛି ।
ଏହି ଫ୍ରି ଭର୍ସନର ବ୍ୟବହାର କରି ବର୍ତ୍ତମାନ ୟୁଜର୍ସ ମିଟିଂ ଆୟୋଜନ କରିପାରିବେ ଓ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆଗୁଆ ଇନଭିଟେସନ ପଠାଇ ପାରିବେ । ଏଥିପାଇଁ ମିଟିଂର ଲିଙ୍କ କପି କରି ଅନ୍ୟଙ୍କୁ ପଠାଯାଇପାରେ କିମ୍ବା ଆଉଟଲୁକ ବା ଗୁଗୁଲ କ୍ୟାଲେଣ୍ଡର ଦ୍ବାରା ଅଫିସିଆଲ ଇନଭିଟେସନ ମଧ୍ୟ ପଠାଯାଇପାରେ । ଏନେଇ ଅନେକ ଦିନ ଧରି ୟୁଜର୍ସମାନ ଇଚ୍ଛା ପ୍ରକାଶ କରିଥିବା ବେଳେ ଶନିବାର ଏହାକୁ ବ୍ୟବହାର କରିବା ପାଇଁ କମ୍ପାନୀ ଫିଚର ଆକାରରେ ଏହି ସୁବିଧା ରୋଲ ଆଉଟ କରିଛି ।