ଓଡିଶା

odisha

ETV Bharat / international

ୱିଣ୍ଡୋଜ 10 ଅପଡେଟ ସହ ସମସ୍ୟା ସୂଚୀ ଜାରି କଲା ମାଇକ୍ରୋସଫ୍ଟ - ମାଇକ୍ରୋସଫ୍ଟ

ଡେସ୍କଟପ, ଲାପଟପ ଓ ଟାବଲେଟ ୟୁଜର୍ସଙ୍କ ପାଇଁ ୱିଣ୍ଡୋଜ 10 ଅପରେଟିଂ ସିଷ୍ଟମର ଅପଡେଟ ସହ ଏକ ନୂଆ ଭର୍ସନ ଲଞ୍ଚ କରିଛି ମାଇକ୍ରୋସଫ୍ଟ ।

windows 10 update, windows 10 operating system, windows 10 may 2020 updaye, latest technology news, microsoft, ୱିଣ୍ଡୋଜ 10 ଅପଡେଟ, ୱିଣ୍ଡୋଜ 10 ମେ’ 2020 ଅପଡେଟ, ୱିଣ୍ଡୋଜ 10 ଅପରେଟିଂ ସିଷ୍ଟମ, ମାଇକ୍ରୋସଫ୍ଟ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ୱିଣ୍ଡୋଜ 10 ଅପଡେଟ ସହ ସମସ୍ୟା ସୂଚୀ ଜାରି କଲା ମାଇକ୍ରୋସଫ୍ଟ

By

Published : May 31, 2020, 10:28 PM IST

ସାନ ଫ୍ରାନ୍ସିସ୍କୋ: ଡେସ୍କଟପ, ଲାପଟପ ଓ ଟାବଲେଟ ୟୁଜର୍ସଙ୍କ ପାଇଁ ୱିଣ୍ଡୋଜ 10 ଅପରେଟିଂ ସିଷ୍ଟମର ଅପଡେଟ ସହ ଏକ ନୂଆ ଭର୍ସନ ଲଞ୍ଚ କରିଛି ମାଇକ୍ରୋସଫ୍ଟ । ରବିବାର ଏନେଇ ବିଧିବଦ୍ଧ ଘୋଷଣା ସହ ଏହି ଅପଡେଟରେ ରହିଥିବା କିଛି ସମସ୍ୟାର ତାଲିକା ପ୍ରକାଶ କରିଛି ।

ୱିଣ୍ଡୋଜ 10 ମେ’ 2020 ଅପଡେଟ ନାମରେ ଆସିଥିବା ଏହି ନୂଆ ଭର୍ସନ ୱିଣ୍ଡୋଜ 10ରେ ଥିବା ଲାଟେଷ୍ଟ ଅପଡେଟ । ହେଲେ ଏହି ଲାଟେଷ୍ଟ ଭର୍ସନରେ କିଛି ସମସ୍ୟା ଥିବା ନେଇ କମ୍ପାନୀ ସ୍ପଷ୍ଟ କରିଛି । ତେଣୁ କୌଣସି ୟୁଜର ତରବରିଆ ଭାବେ କିଛି ନୂଆ ସଫ୍ଟଓୱାର ଡାଉନଲୋଡ ନକରିବା ପାଇଁ ମାଇକ୍ରୋସଫ୍ଟ ଚେତାଇ ଦେଇଛି । ଏନେଇ express.co.ukର ସୂଚନା ମୁତାବକ ନୂଆ ଅପଡେଟରେ କିଛି ଗ୍ଲିଚ ରହିଥିବାରୁ ଏହାକୁ ଆଦୌ ଅପଡେଟ ନକରିବା ପାଇଁ କମ୍ପାନୀ କହୁଛି ।

ହେଲେ କମ୍ପାନୀ ନିଜ ୟୁଜର୍ସଙ୍କୁ ଏହି ସମସ୍ୟା ପ୍ରତି ଅଜ୍ଞ ନରଖି ସେମାନଙ୍କ ସୁବିଧା ପାଇଁ ସମସ୍ତ ସମସ୍ୟାର ଏକ ତାଲିକା ଜାରି କରିଛି । ଏହି ତାଲିକାରେ ବ୍ଲୁଟୁଥ, ଅଡିଓ, ଗେମିଂ, କନେକ୍ଟିଭିଟି, ଗ୍ରାଫିକ୍ସ ଓ ଡ୍ରାଇଭକୁ ନେଇ ରହିଥିବା ସମସ୍ୟାମାନ ସ୍ଥାନ ପାଇଛି । ତେବେ ଏସବୁ ବାଦେ ଏଥିରେ କିଛି ଅତି ସାମାନ୍ୟ ସମସ୍ୟା ରହିଛି ଯାହା ଅପଡେସନରେ ବାଧା ଦେବନି ବୋଲି ମାଇକ୍ରୋସଫ୍ଟ ସ୍ପଷ୍ଟ କରିଛି ।

@IANS

ABOUT THE AUTHOR

...view details