ଓଡିଶା

odisha

କୋଭିଡ ମୁକାବିଲା ପାଇଁ 12 ଜଣିଆ ଟାସ୍କଫୋର୍ସ ଗଠନ କଲେ ବାଇଡେନ୍

By

Published : Nov 9, 2020, 12:48 PM IST

ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ ବାଇଡେନ । ବିଜୟର ଗୋଟେ ଦିନ ପରେ ପ୍ରଥମ ଶତ୍ରୁ କୋରୋନା ସହ ଲଢିବାକୁ ପ୍ରସ୍ତୁତି କରୁଛନ୍ତି ବାଇଡେନ୍ । ଅଧିକ ପଢନ୍ତୁ...

ଜୋ ବାଇଡେନ
ଜୋ ବାଇଡେନ

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ ବାଇଡେନ । ନିର୍ବାଚୀତ ହେବାର ଗୋଟେ ଦିନ ପରେ ପ୍ରଥମ ଶତ୍ରୁ କୋରୋନା ସହ ଲଢିବାକୁ ପ୍ରସ୍ତୁତି କରୁଛନ୍ତି ବାଇଡେନ୍ । ଏକ 12 ଜଣିଆ କୋରୋନା ଭାଇରସ୍ ଟାସ୍କଫୋର୍ସ ଘୋଷଣା କରିଛନ୍ତି ସେ । ଏହି ମହାମାରୀ ଆମେରିକାର ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି।

ଡେଲାୱେରର ୱିଲମିଙ୍ଗଟନରେ ତାଙ୍କ ବିଜୟ ଅଭିଭାଷଣରେ ବାଇଡେନ୍ କହିଛନ୍ତି ଯେ ଏହି ମହାମାରୀକୁ ଘେରିବା ପାଇଁ ସେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ପ୍ରସ୍ତୁତ ହୋଇଥିବା ପ୍ୟାନେଲ୍ କୋରୋନା ଭାଇରସ ଯୁଦ୍ଧ ଯୋଜନାକୁ ଏକ ଆକ୍ସନ୍ ବ୍ଲୁ ପ୍ରିଣ୍ଟରେ ପରିଣତ କରିବ । ପୂର୍ବତନ ସର୍ଜନ ଜେନେରାଲ ବିବେକ ମୁର୍ତ୍ତୀ, ଖାଦ୍ୟ ଏବଂ ଔଷଧ ପ୍ରଶାସନର ପୂର୍ବତନ କମିଶନର ଡେଭିଡ କେସଲର ଏବଂ ୟେଲ ବିଶ୍ବବିଦ୍ୟାଳୟର ଜନସ୍ବାସ୍ଥ୍ୟ ବିଭାଗର ପ୍ରଫେସର ମାର୍ସେଲା ନ୍ୟୁନେଜ-ସ୍ମିଥଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ କାର୍ଯ୍ୟ କରିବେ।

ଏଥିରେ ଓବାମା ପ୍ରଶାସନର ପୂର୍ବତନ ସ୍ବାସ୍ଥ୍ୟ ପରାମର୍ଶଦାତା ଇଜେକେଲ ଇମାନୁଏଲ ମଧ୍ୟ ସାମିଲ ହେବେ। ଏହି ଭୂତାଣୁ ଆମେରିକାରେ 9.8 ନିୟୁତ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ଦୈନିକ ମାମଲା ସଂଖ୍ୟା ବଢିବାରେ ଲାଗିଛି।

ABOUT THE AUTHOR

...view details