ଓଡିଶା

odisha

ETV Bharat / international

ଆମେରିକାରେ ବଢୁଛନ୍ତି ଭାରତୀୟ ଛାତ୍ର, ସଂଖ୍ୟା ଛୁଇଁଲାଣି 2 ଲକ୍ଷ

ଶିକ୍ଷା ବର୍ଷ 2017-18 ରେ ଆମେରିକାରେ 1.96 ଲକ୍ଷ ଭାରତୀୟ ଛାତ୍ର ଥିଲେ । ମାତ୍ର ଶିକ୍ଷା ବର୍ଷ 2018-19ରେ ଏହି ସଂଖ୍ୟା 2.9 ପ୍ରତିଶତ ବୃଦ୍ଧି ଘଟିଛି ।

ଆମେରିକାରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା 2 ଲକ୍ଷ

By

Published : Nov 19, 2019, 4:43 PM IST

ହାଇଦ୍ରାବାଦ: ଭାରତୀୟ ଛାତ୍ରଙ୍କ ଆମେରିକା ହେଉଛି ଫେବରେଟ ସ୍ଥାନ, ଯେଉଁଠି ସେମାନେ ଉଚ୍ଚଶିକ୍ଷା ପାଇଁ ଯିବାକୁ ଭଲ ପାଆନ୍ତି । ଯଦିଓ ଭିସା ଓ ଇମିଗ୍ରେଶନ ନୀତି ଯୋଗୁଁ ଏଥିରେ କିଛି ସଂଖ୍ୟା ହ୍ରାସ ପାଇଛି । ମାତ୍ର ଗତ ଶିକ୍ଷାବର୍ଷ ତୁଳନାରେ ଚଳିତ ବର୍ଷ ଆମେରିକାରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ରହିଛି ।


ଶିକ୍ଷା ବର୍ଷ 2017-18 ରେ ଆମେରିକାରେ 1.96 ଲକ୍ଷ ଭାରତୀୟ ଛାତ୍ର ଥିଲେ । ମାତ୍ର ଶିକ୍ଷା ବର୍ଷ 2018-19ରେ ଏହି ସଂଖ୍ୟା 2.9 ପ୍ରତିଶତ ବୃଦ୍ଧି ଘଟିଛି । ଅର୍ଥାତ ଏହି ସଂଖ୍ୟା ପାଖାପାଖି ଦୁଇ ଲକ୍ଷରେ ପହଁଚିଛି ।

ତେବେ ଅମେରିକାର ବିଦେଶ ବିଭାଗ ଦ୍ବାରା ଜାରି କରାଯାଇଥିବା ଭିସା ସଂଖ୍ୟା ଅନୁସାରେ ଏଥର ଆମେରିକାରେ ପଢ଼ିବାକୁ ଆଗ୍ରହ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି । କାରଣ ଆମେରିକା ସରକାର ଆବେଦନ କରିଥିବା ସମସ୍ତ ଭାରତୀୟ ଛାତ୍ରଙ୍କୁ ଭିସା ପ୍ରଦାନ କରି ନାହାନ୍ତି । ଭିସା ପାଇଥିବା ଭାରତୀୟ ଛାତ୍ର ସଂଖ୍ୟା ଆମେରିକାରେ 2015ରେ 74 ହଜାର 831 ଥିଲା । ଏବେ ତାହା 42 ହଜାର 694 ହୋଇଛି । ଆମେରିକା ବିଦେଶ ବିଭାଗ ଏହି ସୂଚନା ଜାରି କରିଛି ।

ABOUT THE AUTHOR

...view details