ୱାସିଂଟନ: ହଂକଂକୁ ଚୀନ କବଳରୁ ଆମେରିକା ରକ୍ଷା କରିଥିବା ଦାବି କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଅଟକାଇନଥିଲେ ଚୀନ ସେନା ମାତ୍ର 14 ମିନିଟରେ ହଂକଂକୁ ଧ୍ବଂଶ କରି ଦେଇଥାନ୍ତା ବୋଲି ସେ କହିଛନ୍ତି। ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମୋ ପରାମର୍ଶ କ୍ରମେ ହଂକଂରେ ଚାଲିଥିବା ଲୋକତନ୍ତ୍ର ସମର୍ଥକ ପ୍ରଦର୍ଶନକାରୀଙ୍କ ବିରୋଧରେ ସେନା ପଠାଇନଥିଲେ।
ହଂକଂକୁ ରକ୍ଷା କରିଛି ଆମେରିକା! - ହଂକଂ
ଆମେରିକା ଅଟକାଇନଥିଲେ ଚୀନ ସେନା ମାତ୍ର 14 ମିନିଟରେ ହଂକଂକୁ ଧ୍ବଂସ କରି ଦେଇଥାନ୍ତା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଯଦି ମୁଁ ଏଭଳି କରିନଥାନ୍ତି ତ ମାତ୍ର 14 ମିନିଟରେ ହଂକଂ ଧ୍ବଂସ ହୋଇ ଯାଇଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, 'ଚୀନ ହଂକଂ ବାହାରେ ଲକ୍ଷ ଲକ୍ଷ ସୈନିକ ନିୟୋଜିତ କରିଛି। ହେଲେ ସେମାନେ ହଂକଂ ଭିତରେ ପ୍ରବେଶ କରୁନାହାଁନ୍ତି । ମୁଁ ସେମାନଙ୍କୁ ଏଭଳି କରିବାକୁ ମନା କରିଛି । କାରଣ ଏଭଳି କରିବା ଦ୍ବାରା ବାଣିଜ୍ୟକ କାରବାରରେ ନକାରାତ୍ମକ ପ୍ରଭାବ ପଡିବ। '
ସୂଚନାଯୋଗ୍ୟ ଯେ, ହଂକଂର ଅଭ୍ୟନ୍ତରୀଣ ମାମଲାରେ ଦଖଲ ନଦେବାକୁ କିଛି ଦିନ ପୂର୍ବରୁ ଆମେରିକାକୁ ଚେତାବନୀ ଦେଇଥିଲା ଚୀନ। ହେଲେ ପ୍ରତିଦ୍ବନ୍ଦୀ ଚୀନକୁ ଜବାବ ଦେବାକୁ ଯାଇ ଏପରି ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି।