ନ୍ୟୁୟର୍କ: ବିଶ୍ବରେ କୋରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ଇତିହାସରେ ଆଜି ପର୍ଯ୍ୟନ୍ତ କେବେ ନହୋଇଥିବା ଚେଷ୍ଟା କରିବାକୁ ହେବ । ସମଗ୍ର ବିଶ୍ବକୁ ଏକତ୍ରିତ ହୋଇ ଏହାର ନିରାକରଣ ଦିଗରେ କାମ କରିବାକୁ ହେବ । ମଙ୍ଗଳବାର ଏପରି ମନ୍ତବ୍ୟ ଦେଇଛନ୍ତି ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରାସ । କୋରୋନା ମୁକାବିଲା ନେଇ ସେ କହିଛନ୍ତି କି ପରସ୍ପର ସହିତ ଜଡିତ ଏହି ବିଶ୍ବରେ ସେପର୍ଯ୍ୟନ୍ତ କେହି ସୁରକ୍ଷିତ ନାହାନ୍ତି ଯେପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ନହୋଇଛନ୍ତି ।
କୋରୋନା ମୁକାବିଲା ପାଇଁ 8.2 ବିଲିୟନ ଡଲାରର ସାମୂହିକ ସହାୟତା - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ବିଶ୍ବରେ କୋରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ଇତିହାସରେ ଏ ପର୍ଯ୍ୟନ୍ତ କେବେ ନହୋଇଥିବା ଚେଷ୍ଟା କରିବାକୁ ହେବ । ସମଗ୍ର ବିଶ୍ବକୁ ଏକତ୍ରିତ ହୋଇ ଏହାର ନିରାକରଣ ଦିଗରେ କାମ କରିବାକୁ ହେବ । ମଙ୍ଗଳବାର ଏପରି ମନ୍ତବ୍ୟ ଦେଇଛନ୍ତି ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରାସ । ଅଧିକ ପଢ଼ନ୍ତୁ...
ସୋମବାର ବିଶ୍ବରେ ଆଗଧାଡିର ବିଭିନ୍ନ ରାଷ୍ଟ୍ର କୋରୋନା ନିରାକରଣ ପାଇଁ 8.2ବିଲିୟନ ଡଲାର ଦେଇଛନ୍ତି । ଯାହାକୁ ଦେଖି ଆଣ୍ଟୋନିଓ ଏପରି ବୟାନ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ବିଶ୍ବରେ 3.6 ମିଲିୟନ ଲୋକେ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ 2.5ଲକ୍ଷ ଲୋକେ ମୃତ୍ୟୁ ମୁଖରେ ପଡିଛନ୍ତି । ଏଥିପାଇଁ ବିଶ୍ବର ଅନେକ ଅର୍ଥନୈତିକ ସ୍ବଚ୍ଛଳ ଓ ବିକଶିତ ରାଷ୍ଟ୍ର କୋରୋନା ମୁକାବିଲାରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ପ୍ରାୟ 40 ଦେଶ ଏକାଠି ହୋଇ ଏଥିରେ ସାହାଯ୍ୟର ହାତ ବଢାଇଛନ୍ତି ।
ଗତ ମାସରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା କୋରୋନା ମୁକାବିଲା ପାଇଁ ଲଞ୍ଚ ହୋଇଥିବା ଆକ୍ଟ ଆକ୍ସିଲରେଟରରେ ଏହି ରାଷ୍ଟ୍ରମାନେ ସାମିଲ ହୋଇଛନ୍ତି । ଏହି ଆକ୍ଟ ଆକ୍ସିଲରେଟର ଦ୍ବାରା ବିଭିନ୍ନ ଦେଶରେ ବୈଜ୍ଞାନିକ ପରୀକ୍ଷଣକୁ ସାହାଯ୍ୟ ସହ ଏହାର ପରିମାଣ ବଢାଇବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏଥିସହ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ମଧ୍ୟ ଏହା ସାହାଯ୍ୟ କରିବ ।