ଓଡିଶା

odisha

ETV Bharat / international

ବ୍ରାଜିଲ ହସ୍ପିଟାଲରେ ଅଗ୍ନିକାଣ୍ଡ, 11 ମୃତ

ବ୍ରାଜିଲର ରାଜଧାନୀ ରିଓ ଡି ଜେନେରିଓ ସ୍ଥିତ ବାଦିମ ହସ୍ପିଟାଲରେ ଅଗ୍ନିକାଣ୍ଡ ହେବାରୁ 11 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 14, 2019, 7:48 AM IST

ରିଓ ଡି ଜେନେରିଓ: ଲାଟିନ ଆମେରିକୀୟ ଦେଶ ବ୍ରାଜିଲର ରାଜଧାନୀ ରିଓ ଡି ଜେନେରିଓରେ ଥିବା ଏକ ହସ୍ପିଟାଲରେ ଗୁରୁବାର ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାକାର ବାଦିମ ହସ୍ପିଟାଲରେ ହୋଇଥିବା ଅଗ୍ନିକାଣ୍ଡରେ 11 ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଅନ୍ୟପଟେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ଦମକଳ ବାହିନୀର ୪ ଜଣ କର୍ମଚାରୀ ମଧ୍ୟ ଏଥିରେଆହତ ହୋଇଥିବା ଜଣାପଡିଛି।

ଅଗ୍ନିକାଣ୍ଡ ପରେ ଆହତ ହୋଇଥିବା ଦମକଳ କର୍ମଚାରୀ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 90 ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଦିମ ହସ୍ପିଟାଲର ଉପର ମହଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିଆଁ କବଳରୁ ରକ୍ଷା କରିବା ପାଇଁ ବେଡସିଟ ଏବଂ ରଶି ସାହାଯ୍ୟରେ ହସ୍ପିଟାଲରୁ ବାହାରକୁ ବାହର କରାଯାଇଥିଲା। ଏ ଘଟଣା ପରେ ରିଓ ଡି ଜେନେରିଓର ମେୟର ମାର୍ସେଲୋ କ୍ରିବେଲା ଦୁଃଖ ପ୍ରକାଶ କରିଛନ୍ତି।

ABOUT THE AUTHOR

...view details