ଓଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରିଡ୍ୟୁଙ୍କ ପତ୍ନୀ ସୋଫି ହେଲେ ସୁସ୍ଥ । ଫେସବୁକରେ ଫଟୋ ପୋଷ୍ଚ କରି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ । ମାର୍ଚ୍ଚ 12 ତାରିଖରେ ସୋଫିଙ୍କର ରକ୍ତ ନମୁନା ପରୀକ୍ଷା ପରେ କୋରୋନା ପଜିଟିଭ ଆସିଥିଲା ।
ସୁସ୍ଥ ହେଲେ କାନାଡା ପିଏମଙ୍କ ପତ୍ନୀ ସୋଫି
କୋରୋନା କବଳରୁ ମୁକ୍ତି ପାଇଲେ କାନାଡା ପିଏମଙ୍କ ପତ୍ନୀ ସୋଫି । ଫେସବୁକରେ ଖୁସି ବ୍ୟକ୍ତ କଲେ ଟ୍ରିଡ୍ୟୁ । ଅଧିକ ପଢନ୍ତୁ...
ଫାଇଳ ଫଟୋ
ଫଳରେ ତାଙ୍କର ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛନ୍ତି ଓଟାୱା ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେ ନିଜ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି ଟ୍ରିଡ୍ୟୁ ।
ଏପଟେ ସୁସ୍ଥ ହେବା ପରେ ମେଡିକାଲ ସାଇନ୍ସ ଏବଂ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ସୋଫି । ମୋର ବିଶ୍ବାସ ଯେ, ବିଜ୍ଞାନ ଏଭଳି ମହାମାରୀକୁ ହଟାଇ ଦେଇପାରିବ ବୋଲି ମୋର ବିଶ୍ବାସ ରହିଛି ବୋଲି ସେ କହିଛନ୍ତି ।