ଅଷ୍ଟ୍ରେଲିଆ: ପୁଣି ବଢିଲା ଫେସବୁକ୍ ପାଇଁ ଅଡୁଆ । ଏକାସହ 3 ଲକ୍ଷ ଲୋକଙ୍କ ଡାଟା ଲିକ୍ ଅଭିଯୋଗ । ଅଷ୍ଟ୍ରେଲିଆରେ ଫେସବୁକ ବିରୋଧରେ ତିନି ଲକ୍ଷରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ସୂଚନା ସେମାନଙ୍କ ବିନା ଅନୁମତିରେ ରାଜନୈତିକ ପରାମର୍ଶଦାତା କମ୍ପାନୀ କେମ୍ବ୍ରିଜ ଆନାଲିଟିକା ସହିତ ସେୟାର କରିଥିବାରୁ ଏକ ମକଦ୍ଦମା ଦାୟର କରାଯାଇଛି ।
ଅଷ୍ଟ୍ରେଲୀୟ ସୂଚନା କମିଶନର ଆଞ୍ଜେଲିନ୍ ଫାଲ୍କ ନିଜ ୱେବସାଇଟରେ ରାଜନିତକ ସୂଚନା ପାଇଁ ଫେସବୁକର 3,11,127 ଉପଭୋକ୍ତାଙ୍କ ତଥ୍ୟ ପ୍ରକାଶ କରି ଗୋପନୀୟତା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି, ଫେସବୁକ ବ୍ୟକ୍ତିଗତ ସୂଚନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ।