ସାନ୍ ସାଲଭାଦୁର: ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ଉତ୍ତର ଆମେରିକାରେ ଗୁରୁବାର ଅନୁଭୂତ ହୋଇଛି ଭୂକମ୍ପ ଝଟକା । ବିଳମ୍ବିତ ରାତି ପ୍ରାୟ 2ଟା ବେଳେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଛି ।
ଉତ୍ତର ଆମେରିକାରେ ଲାଗିଲା ଭୂକମ୍ପ ଝଟକା, ମିଳିନି କ୍ଷୟକ୍ଷତିର ସୂଚନା
ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ଉତ୍ତର ଆମେରିକାରେ ଗୁରୁବାର ଅନୁଭୂତ ହୋଇଛି ଭୂକମ୍ପ ଝଟକା ।
ଉତ୍ତର ଆମେରିକାରେ ଲାଗିଲା ଭୂକମ୍ପ ଝଟକା, ମିଳିନି କ୍ଷୟକ୍ଷତିର ସୂଚନା
ଆମେରିକାର ଭୂତତ୍ତ୍ବବିଦ୍ମାନଙ୍କ କହିବା ଅନୁଯାୟୀ ଏହା ଉତ୍ତର ଆମେରିକାର ହଣ୍ଡୁରାସରେ ଅନୁଭୂତ ହୋଇଛି । ତେବେ ଏହି ପ୍ରାକୃତିକ ବିତ୍ପାତରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ହଣ୍ଡୁରାସ ଉପକୂଳଠାରୁ ପ୍ରାୟ 150 କିଲୋମିଟର ଦୂରରେ ଠାବ ହୋଇଛି ।
ତେବେ ଏହି ଭୂକମ୍ପ ନେଇ ପାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ସ୍ପଷ୍ଟ କରିଛି କି ଏଥିରେ କୌଣସି ଧନ ଜୀବନ ହାନିର ସୂଚନା ରହିନାହିଁ ।