ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାର ଜ୍ୟାକସନଭିଲରେ ଦ୍ୱିତୀୟ ଥର ପାଇଁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ଭାବେ ନାମାଙ୍କନ ଗ୍ରହଣ କରିବେ ବୋଲି ଘୋଷଣା କରାଯାଇଛି।
ରିପବ୍ଲିକାନ୍ ନ୍ୟାସନାଲ କମିଟି (ଆରଏନ୍ସି) ଚେୟାରମ୍ୟାନ୍ ରୋନା ମ୍ୟାକଡାନିଏଲଙ୍କ ଦ୍ବାରା ଗୁରୁବାର ଏହାକୁ ଘୋଷଣା କରାଯାଇଛି। ଡେମୋକ୍ରାଟ୍ ଉତ୍ତର କାରୋଲିନା ରାଜ୍ୟପାଳ ରୟ କପୁର୍ ଚାର୍ଲୋଟରେ 24-27 ଅଗଷ୍ଟରେ ଧାର୍ଯ୍ୟ ହୋଇଥିବା ରିପବ୍ଲିକାନ୍ ନ୍ୟାସନାଲ କନଭେନସନ୍କୁ ବିନା ପ୍ରତିବନ୍ଧକରେ ଅନୁମତି ଦେବା ପରେ ଏହା ସାମ୍ନାକୁ ଆସିଛି।
ମ୍ୟାକଡାନେଲ ଏକ ବିବୃତ୍ତିରେ କହିଛନ୍ତି ଯେ, ମହାନ ଜ୍ୟାକସନଭିଲରେ ଏହି ମହତ୍ବପୂର୍ଣ୍ଣ ଉତ୍ସବ ପାଳନ କରିବା ପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ। ଫ୍ଲୋରିଡା କେବଳ ରାଷ୍ଟ୍ରପତି ଟ୍ରମ୍ପଙ୍କ ହୃଦୟରେ ତାଙ୍କ ଘର ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିନାହିଁ, ବରଂ 2020 ରେ ବିଜୟର ପଥରେ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମହାନ ଉତ୍ସବ ତଥା ଅର୍ଥନୈତିକ ଅଭିବୃଦ୍ଧି ସୂର୍ଯ୍ୟକିରଣ ରାଜ୍ୟକୁ ଅଳ୍ପ ସମୟ ମଧ୍ୟରେ ଆଣିବାକୁ ଅପେକ୍ଷା କରିଛୁ। "