ଓଡିଶା

odisha

ETV Bharat / international

ଆମେରିକୀୟ କୃଷକଙ୍କୁ ଶୀଘ୍ର ସହାୟତା ପାଇଁ ଟ୍ରମ୍ପଙ୍କ ଅପିଲ

ଗୁରୁବାର ରାତିରେ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସେ କହିଛନ୍ତି କୋରୋନା ମାଡରେ ବର୍ତ୍ତମାନ ଦେଶର ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହୋଇଥିବା ବେଳେ କୃଷି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ଅଧିକ ପଢ଼ନ୍ତୁ...

donald trump, corona update in america, corona in america, coronavirus news, corona update, ଆମେରିକାରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ଆମେରିକାରେ କୋରୋନା ଅପଡେଟ, ଡୋନାଲ୍ଡ ଟ୍ରମ୍ପ
ଆମେରିକୀୟ କୃଷକଙ୍କୁ ଶୀଘ୍ର ସହାୟତା ପାଇଁ ଟ୍ରମ୍ପଙ୍କ ଅପିଲ

By

Published : Apr 11, 2020, 1:15 AM IST

ୱାଶିଂଟନ: କୋରୋନା ଯୋଗୁଁ ବଡ ବଡ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କ କଥା ଚିନ୍ତା କରିଛନ୍ତି । ଏନେଇ ସେ ଚାଷୀମାନଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦେଶର କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ରାତିରେ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସେ କହିଛନ୍ତି କୋରୋନା ମାଡରେ ବର୍ତ୍ତମାନ ଦେଶର ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହୋଇଥିବା ବେଳେ କୃଷି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ତେବେ ଆଗକୁ କିଛି ଦିନ ଯାଏଁ ଏପରି ସ୍ଥିତି ଲାଗି ରହିବାର ସମ୍ଭାବନା ଥିବାରୁ ବର୍ତ୍ତମାନ ଦେଶରେ କିପରି ପ୍ରଚୁର ଖାଦ୍ୟ ପଦାର୍ଥ ମହଜୁଦ ରହିବ ସେନେଇ ପଦକ୍ଷେପ ନିଆଯାଉଛି । ଫଳସ୍ବରୂପ ଦେଶର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଖାଦ୍ୟ ପଦାର୍ଥର ସୁରକ୍ଷା ଉପରେ ଗୁରୁତ୍ବାରୋପ ହେଉଛି ।

ଆମେରିକାନ ଫାର୍ମ ବ୍ୟୁରୋ ଫେଡେରେସନର ସୂଚନା ମୁତାବକ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଭାବ ଯୋଗୁଁ ଅହେତୁକ ଭାବେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଉଛି । ଫଳରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଚାଷୀ । ତେଣୁ ବର୍ତ୍ତମାନ ସମୟରେ ଏମାନଙ୍କୁ ସୁରକ୍ଷାକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି । ସେପଟେ ଆମେରିକାରେ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ସର୍ବାଧିକ 4,66,299ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା 16,686ରେ ପହଞ୍ଚିଛି।

ABOUT THE AUTHOR

...view details