ୱାଶିଂଟନ:କୋରୋନାରୁ ସୁସ୍ଥ ହେବା ପରେ ରାଜନୈତିକ ମୈଦାନରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନକୁ ଟାର୍ଗେଟ କରିଆସୁଥିବା ଟ୍ରମ୍ପ ଆମେରିକା ନିର୍ବାଚନରେ ମଧ୍ୟ ଚୀନ ବିରୋଧରେ କରିଛନ୍ତି ପ୍ରଚାର ।
ଟ୍ରମ୍ପଙ୍କ ବଡ ବୟାନ, ମୁଁ ରାଷ୍ଟ୍ରପତି ନହେଲେ ଆମେରିକାକୁ 20 ଦିନରେ ଦଖଲ କରିବ ଚୀନ'
ବୁଧବାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯଦି ମୁଁ ନିର୍ବାଚିତ ନହୁଏ, ତାହେଲେ 20 ଦିନ ମଧ୍ୟରେ ଚୀନ ଆମେରିକାକୁ ଦଖଲ କରିନେବ । ଅଧିକ ପଢନ୍ତୁ...
ବୁଧବାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହି ବର୍ଷ ଶେଷ ହେବା ସୁଦ୍ଧା ଆମେରିକାରେ କୋରୋନା ଟିକା ଉପଲବ୍ଧ ହୋଇଯିବ । ଏହି ଅବସରରେ ସେ ଚୀନ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ସାରା ବିଶ୍ବରରେ ଚୀନ ଭାଇରସ ବିସ୍ତାର କରିଛି । କେବଳ ଟ୍ରମ୍ପ ପ୍ରଶାସନ ହିଁ ତାକୁ ଉତ୍ତରଦାୟୀ କରିପାରିବ । ତେବେ ଯଦି ମୁଁ ନିର୍ବାଚିତ ନହୁଏ, ତାହେଲେ 20 ଦିନ ମଧ୍ୟରେ ଚୀନ ଆମେରିକାକୁ ଦଖଲ କରିନେବ ।
ଅକ୍ଟୋବର 20ରେ କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ଟ୍ରମ୍ପ । କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କ ନମୁନା ନେଗେଟିଭ ଆସିଥିଲା । ଏହା ପରେ ହ୍ବାଇଟ ହାଉସର ଡାକ୍ତରମାନେ ତାଙ୍କୁ ନିର୍ବାଚନ ରାଲିରେ ଯୋଗଦେବାକୁ ଅନୁମତି ଦେଇଛନ୍ତି ।