ଓଡିଶା

odisha

By

Published : Jan 20, 2021, 4:58 PM IST

ETV Bharat / international

କ୍ଷମତା ହସ୍ତାନ୍ତର ପୂର୍ବରୁ 73 ଜଣଙ୍କୁ କ୍ଷମା କଲେ ଟ୍ରମ୍ପ

ହ୍ବାଇଟହାଉସରୁ ବିଦାୟ ନେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସେ କ୍ଷମତା ହସ୍ତାନ୍ତର ଅନ୍ତିମ ଦିନରେ ଅନେକ କ୍ଷମା ଯାଚିକାକୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ...

କ୍ଷମତା ହସ୍ତାନ୍ତର ପୂର୍ବରୁ 73 ଜଣଙ୍କୁ କ୍ଷମା କଲେ ଟ୍ରମ୍ପ
କ୍ଷମତା ହସ୍ତାନ୍ତର ପୂର୍ବରୁ 73 ଜଣଙ୍କୁ କ୍ଷମା କଲେ ଟ୍ରମ୍ପ

ୱାଶିଂଟନ: ହ୍ବାଇଟହାଉସରେ ଆରମ୍ଭ ହୋଇସାରିଛି ରାଷ୍ଟ୍ରପତି ଜୋ ବିଡେନଙ୍କ ଜମାନା । ଏବେ ହ୍ବାଇଟହାଉସରୁ ବିଦାୟ ନେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସେ କ୍ଷମତା ହସ୍ତାନ୍ତର ଅନ୍ତିମ ଦିନରେ ଅନେକ କ୍ଷମା ଯାଚିକାକୁ ମଞ୍ଜୁରୀ ଦେଇଛନ୍ତି । 73 ଜଣଙ୍କୁ କ୍ଷମା କରିଦେଇଛନ୍ତି ଟ୍ରମ୍ପ । ଏହି ସୂଚୀରେ ଏପରି ଲୋକଙ୍କ ନାଁ ରହିଛି ଯେଉଁମାନେ ଟ୍ରମ୍ପଙ୍କ ରାଜନୈତିକ ସହଯୋଗୀ ରହିଆସିଛନ୍ତି ।

ଟ୍ରମ୍ପଙ୍କ ପକ୍ଷରୁ କ୍ଷମା ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ହ୍ବାଇଟ ହାଉସର ପୂର୍ବତନ ପରାମର୍ଶଦାତା ଷ୍ଟିଭ ବେନନ ଓ ରେପର୍ସ ଲିଲ ବେନ ଓ କୋଡଙ୍କ ସହିତ ଡେଟ୍ରାୟଟର ପୂର୍ବତନ ମେୟର କ୍ବାମେ କିଲପେଟ୍ରିକଙ୍କ ନାଁ ମଧ୍ୟ ସାମିଲ ରହିଛି । ଏମାନଙ୍କୁ 30 ବର୍ଷର ଦଣ୍ଡ ଶୁଣାଯାଇଥିଲା ।

ଟ୍ରମ୍ପ 73 ଜଣଙ୍କୁ କ୍ଷମା ଦେବା ସହ 70 ଜଣଙ୍କ ଦଣ୍ଡକୁ କମାଇ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଜୋ ବିଡେନଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ନିଆଯାଇଛି । ଡିସେମ୍ବରରେ କ୍ଷମା ଆବେଦନ ପାଇଁ ପଠାଯାଇଥିବା 12ରୁ ଉର୍ଦ୍ଧ୍ବ ନାଁ ମଧ୍ୟରେ କିଛି ଜଣ ପୂର୍ବତନ ସହଯୋଗୀ ମଧ୍ୟ ସାମିଲ ରହିଛନ୍ତି । ଏମାନଙ୍କୁ ଋଷରେ ନିଜର ଅଭିଯାନ ସମ୍ବନ୍ଧରେ ଚାର୍ଜ କରାଯାଇଥିଲା ।

ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମାଇକଲ ଫ୍ଲିନ, ପୂର୍ବତନ ପରାମର୍ଶଦାତା ରୋଜର ଷ୍ଟୋନ ଓ ପୂର୍ବତନ ପ୍ରଚାର ପ୍ରବନ୍ଧକ ମନଫୋର୍ଟଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଠାରୁ କ୍ଷମା ମିଳିଛି । ଷ୍ଟୋନ ଓ ମେନଫୋର୍ଟ ଦୁଇଜଣଙ୍କ ବିରୋଧରେ ପୂର୍ବତନ ସ୍ବତନ୍ତ୍ର ଆଇନଜୀବୀ ରବର୍ଟ ମୁଲରଙ୍କ ତଦନ୍ତରେ ମକଦ୍ଦମା ଚଳାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ABOUT THE AUTHOR

...view details