ଇଂଲଣ୍ଡ: ଲଣ୍ଡନର ଜଣେ ଡାକ୍ତର ଏବଂ ଜଣେ ନର୍ସ ସେମାନେ କାର୍ଯ୍ୟ କରୁଥିବା ଡାକ୍ତରଖାନାରେ କରିଛନ୍ତି ବିବାହ । ଏହି ସୁନ୍ଦର ସମାରୋହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 34 ବର୍ଷୀୟ ଜାନ ଟିପିଙ୍ଗ ଏବଂ ଆନ୍ନାଲାନ ନାଭାରତନାମ ଅଗଷ୍ଟରେ ବିବାହ କରିବାକୁ ସ୍ଥିର କରିଥିଲେ । ହେଲେ ବର୍ତ୍ତମାନ ମହାମାରୀ ଯୋଗୁଁ ସେମାନଙ୍କର ମୂଳ ଯୋଜନା ବାତିଲ କରିବାକୁ ପଡିଲା । ଏହି ଦମ୍ପତି ଭୟ କରୁଥିଲେ ଯେ ସେମାନଙ୍କ ପରିବାର ଉତ୍ତର ଆୟର୍ଲାଣ୍ଡ ଏବଂ ଶ୍ରୀଲଙ୍କାରୁ ବ୍ରିଟେନ ଯାତ୍ରା କରିପାରିବେ ନାହିଁ ।
ଡାକ୍ତରଖାନାରେ ବିବାହ କଲେ ଡାକ୍ତର-ନର୍ସ
ଡାକ୍ତରଖାନାରେ ବିବାହ କଲେ ଡାକ୍ତର-ନର୍ସ । ସୋସିଆଲ ମିଡିଆରେ ଡାକ୍ତରଖାନା ପକ୍ଷରୁ ଫଟୋ ପୋଷ୍ଟ ପରେ ହେଲା ଭାଇରାଲ । ଅଧିକ ପଢନ୍ତୁ...
ଏହା ପରିବର୍ତ୍ତେ, ସେମାନେ ଏପ୍ରିଲ ମାସରେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ବିବାହ କରିଥିଲେ । ସେମାନଙ୍କ ପରିବାର ଏବଂ ସାଙ୍ଗମାନେ ଏହି ସମାରୋହରେ ଉପସ୍ଥିତ ଥିଲେ ଡାକ୍ତରଖାନା ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ ମିସେସ ଟିପିଙ୍ଗ କହିଛନ୍ତି ଯେ, ଆମେ ସମସ୍ତେ ସୁସ୍ଥ ଥିବାବେଳେ ଏହି ସମାରୋହ ଆୟୋଜନ କରିବାକୁ ଚାହୁଁଥିଲୁ । କିନ୍ତୁ ଶେଷରେ ଏପ୍ରିଲ 24 ରେ ହସ୍ପିଟାଲରେ ବିବାହ କଲୁ ।
ଏହି ବିବାହ ଉତ୍ସବର ଫଟୋ ଦୁଇ ଦିନ ପୂର୍ବରୁ ଟ୍ୱିଟରରେ ହସ୍ପିଟାଲ ଦ୍ୱାରା ସେୟାର କରାଯାଇଥିଲା । ଏହା ଏକ ଭିନ୍ନ ଏବଂ ସୁନ୍ଦର ବିବାହ ଥିଲା । ଡାକ୍ତରଖାନାରେ ବିବାହ କରିବା ସରପ୍ରାଇଜ୍ ଯୋଗୁଁ ଅନୁଭବ କରୁଥିଲୁ ବୋଲି ସେ କହିଥିଲେ । ଜନଙ୍କ ପ୍ରସ୍ତାବ ଦେବା କ୍ଷଣି ବିବାହ କରିବାକୁ ଚାହୁଁଥିଲି । ଆମେ ଏତେ ଖୁସି ଯେ ଆମେ ନିଜକୁ ପରସ୍ପର ପ୍ରତି ସମର୍ପଣ କରିବାରେ ସକ୍ଷମ ହୋଇଛୁ ଏବଂ ଡାକ୍ତରଖାନା ଆମକୁ ଏହା କରିବାରେ ସମର୍ଥନ କରିଛି ବୋଲି ନାଭାରତନାମ କହିଛନ୍ତି।