ସାନ୍ ଫ୍ରାନ୍ସିସ୍କୋ: ବିଶ୍ବରେ କୋରୋନାକୁ ନେଇ ସ୍ଥିତି ଗମ୍ଭୀର ରହିଥିବା ବେଳେ ଏହା ପ୍ରତିକାର ପାଇଁ ବିଭିନ୍ନ ଟିକା ପରୀକ୍ଷା କରାଯାଉଛି ମାତ୍ର ଏବେବି କୋଭିଡ-19 ପାଇଁ ସଠିକ୍ ଟିକା ମିଳିବା ପାଇଁ 9 ମାସରୁ 2 ବର୍ଷ ସମୟ ଲାଗିପାରେ ବୋଲି ବିଲ୍ ଗେଟ୍ସ କହିଛନ୍ତି ।
କୋଭିଡ-19 ପାଇଁ ବିଭିନ୍ନ ପ୍ରକାର ଟିକାର ପରୀକ୍ଷା କରାଯାଉଛି ମାତ୍ର ସଠିକ୍ ଟିକା ମିଳିବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ନେଇପାରେ । ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତାଙ୍କ ଗେଟ୍ସ ନୋଟସ୍ ବ୍ଲଗରେ ଲେଖିଛନ୍ତି, ‘ବର୍ତ୍ତମାନ ଅଧିକାଂଶ ଡ୍ରଗ୍ ସେହି ଶକ୍ତିଶାଳୀ ସଂକ୍ରମଣ ପାଖାପାଖି ବି ପହଞ୍ଚି ନାହାଁନ୍ତି । ସେମାନେ ଅନେକ ଲୋକଙ୍କୁ ରୋଗରୁ ମୁକ୍ତ କରିପାରନ୍ତି ମାତ୍ର ପୁଣି ଥରେ ବିଶ୍ବକୁ ସାମାନ୍ୟ ଅବସ୍ଥାକୁ ଫେରେଇ ଆଣିବାକୁ ସମର୍ଥ ନୁହଁନ୍ତି’ ।