ଓଡିଶା

odisha

By

Published : Jul 3, 2020, 2:17 AM IST

ETV Bharat / international

‘ବର୍ତ୍ତମାନ ନିୟନ୍ତ୍ରଣ ନହେଲେ ଆମେରିକାରେ ଭୟଙ୍କର ହେବ କୋରୋନା ସ୍ଥିତି’

ଆମେରିକାରେ କ୍ଷଣିକ ପାଇଁ ସାମାନ୍ୟ ଥମିଥିବା କୋରୋନା ପ୍ରଳୟ ପୁଣି ଭୟଙ୍କର ରୂପ ନେବାରେ ଲାଗିଛି । ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ପ୍ରକାର ମତ ସାମ୍ନାକୁ ଆସୁଥିବା ବେଳେ ସଂକ୍ରମଣ ଚିକିତ୍ସାରେ ଆମେରିକୀୟ ଏକ୍ସପର୍ଟ ଆନ୍ଥୋନୀ ଫୌସି ଦେଇଥିବା ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ଅଧିକ ପଢ଼ନ୍ତୁ...

corona situation in america, corona situation control in america, corona update in america, ଆମେରିକାରେ କୋରୋନା ସ୍ଥିତି, ଆମେରିକାରେ କୋରୋନା ସ୍ଥିତି ନିୟନ୍ତ୍ରଣ, ଆମେରିକାରେ କୋରୋନା ଅପଡେଟ
‘ବର୍ତ୍ତମାନ ନିୟନ୍ତ୍ରଣ ନହେଲେ ଆମେରିକାରେ ଭୟଙ୍କର ହେବ କୋରୋନା ସ୍ଥିତି’

ୱାଶିଂଟନ: ଆମେରିକାରେ କ୍ଷଣିକ ପାଇଁ ସାମାନ୍ୟ ଥମିଥିବା କୋରୋନା ପ୍ରଳୟ ପୁଣି ଭୟଙ୍କର ରୂପ ନେବାରେ ଲାଗିଛି । ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ପ୍ରକାର ମତ ସାମ୍ନାକୁ ଆସୁଥିବା ବେଳେ ସଂକ୍ରମଣ ଚିକିତ୍ସାରେ ଆମେରିକୀୟ ଏକ୍ସପର୍ଟ ଆନ୍ଥୋନୀ ଫୌସି ଦେଇଥିବା ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ତାଙ୍କ କହିବା ଅନୁଯାୟୀ ଯଦି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ନଆସେ ତେବେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି ଅନ୍ୟ ଦେଶ ତୁଳନାରେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । କେବଳ ଆକ୍ରାନ୍ତ ସଂଖ୍ୟା ନୁହେଁ, ମୃତ୍ୟୁ ସଂଖ୍ୟାରେ ମଧ୍ୟ ଦେଶ ପ୍ରଥମ ସ୍ଥାନ ଅଧିକାର କରିଛି । ଯାହା ଆମେରିକାବାସୀଙ୍କ ଚିନ୍ତା ଦ୍ବିଗୁଣିତ କରିଛି । ତେବେ ଏପରି ସ୍ଥିତି ପାଇଁ ମୁଖ୍ୟ ଦାୟୀ ହେଉଛି ଅର୍ଥନୀତିକୁ ସୁଦୃଢ କରିବାକୁ ଯାଇ ସ୍ଥିତି ଅଣାୟତ୍ତ ହେବା ସତ୍ତ୍ବେ କଟକଣା କୋହଳ ପ୍ରକ୍ରିୟା । ଏହା ଦ୍ବାରା ଦେଶର ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣର ନୂଆ ନୂଆ ରେକର୍ଡ ସାମ୍ନାକୁ ଆସୁଛି ।

ତେଣୁ ପରିସ୍ଥିତିକୁ ସୁଧାରିବାକୁ ହେଲେ ପ୍ରଥମେ ନିୟମ କଡାକଡି କରିବା ପାଇଁ ଆନ୍ଥୋନୀ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେରିକାରେ 2,685,806ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 128,061ରେ ପହଞ୍ଚିଛି । ଆନ୍ଥୋନୀ ଏହି ସଂଖ୍ୟାକୁ ନଜରରେ ରଖି କହିଥିଲେ କି ୟୁରୋପିଆନ ରାଷ୍ଟ୍ରମାନଙ୍କରେ ଲକଡାଉନରେ ଦେଶର 97 ପ୍ରତିଶତ ବନ୍ଦ ରହିଥିବାରୁ ସେମାନେ ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିପାରିଥିଲେ । ହେଲେ ଆମେରିକାରେ ଲକଡାଉନରେ ଦେଶର ମାତ୍ର 50 ପ୍ରତିଶତରୁ କମ୍‌ ଅଂଶ ବନ୍ଦ ରହିଥିବାରୁ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି ।

ତେଣୁ ଯଦି ଦେଶରେ ନିୟମ ପ୍ରତି ଲୋକଙ୍କ ଓ ସରକାରଙ୍କ ଖାମଖିଆଲି ନୀତି ଏପରି ଜାରି ରୁହେ ତେବେ ଦେଶରେ ଦିନକୁ 1 ଲକ୍ଷ ପରି ମାମଲା ସାମ୍ନାକୁ ଆସିବ ଏଥିରେ ସନ୍ଦେହ ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

@IANS

ABOUT THE AUTHOR

...view details