ଓଡିଶା

odisha

ୟୁରୋପିଆନ ୟୁନିଅନରେ ଆପଲ୍‌ର ବିଶ୍ବସନୀୟତା ଉପରେ ପୁଣି ପ୍ରଶ୍ନ

By

Published : Jun 16, 2020, 7:18 PM IST

ୟୁରୋପିଆନ ୟୁନିଅନରେ କୋବୋର ଇ-ବୁକ ଗୁଡିକ ଆପଲ୍‌ ଆପ୍‌ ଷ୍ଟୋରରେ ବିକ୍ରି ହେଲେ ପ୍ରତି ଇ-ବୁକ ପିଛା ଆପଲ୍‌ କମ୍ପାନୀ 30 ପ୍ରତିଶତ କମିଶନ ନେଉଥିବା ଅଭିଯୋଗ ହୋଇଛି । ଯାହା ପ୍ରତିଯୋଗିତା ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ଦର୍ଶାଯାଇଛି ।

complaint on apple in european union, question on apple's trust worthyness, apple latest news, antitrust on apple, latest technology news, ୟୁରୋପିଆନ ୟୁନିଅନରେ ଆପଲ୍‌ ବିରୋଧରେ ଅଭିଯୋଗ, ଆପଲ୍‌ର ବିଶ୍ବସନୀୟତା ଉପରେ ପ୍ରଶ୍ନ, ଆପଲ୍‌ ଲାଟେଷ୍ଟ ନ୍ୟୁଜ୍‌, ଆପଲ୍‌ର ବିଶ୍ବସନୀୟତା, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ୟୁରୋପିଆନ ୟୁନିଅନରେ ଆପଲ୍‌ର ବିଶ୍ବସନୀୟତା ଉପରେ ପୁଣି ପ୍ରଶ୍ନ

ସାନ ଫ୍ରାନ୍ସିସ୍କୋ: ଜାପାନିଜ ମିଡିଆ ଓ ଇକମର୍ସ ଗ୍ରୁପ ରାକୁତେନର ସବସିଡାରୀ ବା ସହାୟକ ଭାବେ ପରିଚାଳିତ ହେଉଛି ଇ-ରିଡର କମ୍ପାନୀ କୋବୋ । ଏହି କମ୍ପାନୀ ୟୁରୋପିଆନ ୟୁନିଅନରେ ଆପଲ୍‌ର ଆପ ଷ୍ଟୋରରେ ପ୍ରତିଯୋଗିତାର ନିୟମ ଉଲଙ୍ଘନ କରୁଥିବା ଅଭିଯୋଗ କରିଛି । ଯାହାକୁ ନେଇ କ୍ରମାଗତ ଦ୍ବିତୀୟ ଥର ପାଇଁ ଟେକ ଜାଏଣ୍ଟ ଆପଲ୍‌ର ବିଶ୍ବସନୀୟତା ଉପରେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।

ସୂଚନା ମୁତାବକ ୟୁରୋପିଆନ ୟୁନିଅନରେ କୋବୋର ଇ-ବୁକ ଗୁଡିକ ଆପଲ୍‌ ଆପ୍‌ ଷ୍ଟୋରରେ ବିକ୍ରି ହେଲେ ପ୍ରତି ଇ-ବୁକ ପିଛା ଆପଲ୍‌ କମ୍ପାନୀ 30 ପ୍ରତିଶତ କମିଶନ ନେଉଥିବା ଅଭିଯୋଗ ହୋଇଛି । ଯାହା ପ୍ରତିଯୋଗିତା ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ଗତ ମାର୍ଚ୍ଚରେ ଏନେଇ ୟୁରୋପିଆନ କମିଶନରେ ଅଭିଯୋଗ ଦାଖଲ କରାଯାଇଥିଲା । ଏହାପୂର୍ବରୁ ଗତ ବର୍ଷ ସମାନ କାରଣ ଦର୍ଶାଇ ସ୍ବିଡିଶ ମ୍ୟୁଜିକ ଷ୍ଟ୍ରିମିଂ ସର୍ଭିସ ସ୍ପୋଟିଫାଏ ମଧ୍ୟ କମିଶନରେ ଅଭିଯୋଗ ଦାଖଲ କରିଥିଲା ।

ସ୍ପୋଟିଫାଏ ନିଜ ଅଭିଯୋଗରେ କହିଥିଲା କି ଆପଲ୍‌ ନିଜ ସର୍ଭିସ ଆପଲ୍‌ ମ୍ୟୁଜିକର ଚାହିଦା ବଢାଇବା ପାଇଁ ଆପ୍‌ ଷ୍ଟୋରରେ ଅନ୍ୟ କମ୍ପାନୀର ସର୍ଭିସକୁ ନିଚ୍ଚା ଦେଖାଉଛି । ସେପଟେ ଏହି ଅଭିଯୋଗରେ ପ୍ରତିକ୍ରିୟା ଦେଇ ଆପଲ୍‌ କହିଥିଲା କି ସ୍ପୋଟିଫାଏ ଆପଲ୍‌ର ଇନଫ୍ରାଷ୍ଟ୍ରକଚରର ସହାୟତା ନେଇ ରୋଜଗାର ବଢାଇବା ପାଇଁ ଚାହୁଁଥିଲା । ହେଲେ ପ୍ରତିବଦଳରେ କମ୍ପାନୀକୁ ଏହାର ଦେୟ ଦେବା ପାଇଁ ସ୍ପୋଟିଫାଏ ରାଜି ନଥିଲା । ଏନେଇ ସମ୍ପୃକ୍ତ କମ୍ପାନୀକୁ ଚେତାବନୀ ଦିଆଯିବା ପରେ ସେ ନିଜ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଓଲଟା ଆପଲ୍‌ ବିରୋଧରେ ଅଭିଯୋଗ ଆଣିଥିଲା ।

ସ୍ପୋଟିଫାଏର ଏହି ଅଭିଯୋଗ ଉପରେ ଏଯାବତ୍‌ କମିଶନ କୌଣସି ପଦକ୍ଷେପ ନେଇ ନାହିଁ । ଅନ୍ୟପଟେ ଆପଲ୍‌ କମ୍ପାନୀ ନାମରେ ଲୁକାୟିତ ହୋଇ ଆହୁରି ଅନେକ ଅଭିଯୋଗ ରହିଥିବା କମିଶନ ସ୍ପଷ୍ଟ କରିଛି ।

@IANS

ABOUT THE AUTHOR

...view details