ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇତିହାସ ସୃଷ୍ଟି କରିଛନ୍ତି । ନିଜ ପୂର୍ବତନ ଶତୃ ଦେଶ ସୀମାରେ ପାଦ ରଖିଥିବା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି । ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କର ଏହି ସାକ୍ଷାତକାର ଦକ୍ଷିଣ ଏବଂ ଉତ୍ତର କୋରିଆକୁ ବିଭାଜିତ କରୁଥିବା ‘ଡିମିଲିଟାରାଇଜ୍ଡ୍ ଜୋନ୍’ରେ ହୋଇଛି । ତେବେ ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ନେଇନଥିଲେ ।
ତେବେ ଏହି ସମୟରେ କିମ୍ ଜଙ୍ଗ ଟ୍ରମ୍ପଙ୍କ ସ୍ବାଗତ ପାଇଁ ସୀମାରେ ପହଞ୍ଚିଥିଲେ ଏବଂ ତାଙ୍କ ସହ ହାତ ମିଶାଇଥିଲେ । ପରେ ସେମାନେ ଏକତ୍ର ସୀମାରେଖା ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଉଭୟଙ୍କୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ ସ୍ବାଗତ କରିଥିଲେ ।