ଓଡିଶା

odisha

By

Published : Apr 21, 2020, 1:46 AM IST

ETV Bharat / international

ଆର୍ଥିକ ଅନଟନ ପାଇଁ ଆମଦାନୀକାରୀଙ୍କ ପାଉଣା ବନ୍ଦ କଲେ ଟ୍ରମ୍ପ

କୋରୋନା କବଳରେ ଯୁକ୍ତରାଷ୍ଟ୍ର ଆମେରିକା । ଭାଙ୍ଗି ପଡିଛି ଦେଶର ଆର୍ଥିକ ଓ ମାନସିକ ମେରୁଦଣ୍ଡ । ଏମିତିରେ ଦେଶକୁ ଆସିଥିବା ଅନେକ ଜିନିଷ ପାଇଁ ଆମଦାନୀକାରୀଙ୍କ ପାଉଣା ବନ୍ଦ କରିଛି ଦେଶ । ଅଧିକ ପଢ଼ନ୍ତୁ...

America stops payment for importers, corona in america, corona update, coronavirus news, donald trump, ଆମଦାନୀକାରୀଙ୍କ ପାଉଣା ବନ୍ଦ କଲା ଆମେରିକା, ଆମେରିକାରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଡୋନାଲ୍ଡ ଟ୍ରମ୍ପ
ଆର୍ଥିକ ଅନଟନ ପାଇଁ ଆମଦାନୀକାରୀଙ୍କ ପାଉଣା ବନ୍ଦ କଲେ ଟ୍ରମ୍ପ

ୱାଶିଂଟନ: କୋରୋନା କବଳରେ ଯୁକ୍ତରାଷ୍ଟ୍ର ଆମେରିକା । ଭାଙ୍ଗି ପଡିଛି ଦେଶର ଆର୍ଥିକ ଓ ମାନସିକ ମେରୁଦଣ୍ଡ । ଏମିତିରେ ଦେଶକୁ ଆସିଥିବା ଅନେକ ଜିନିଷ ପାଇଁ ଆମଦାନୀକାରୀଙ୍କ ପାଉଣା ବନ୍ଦ କରିଛି ଦେଶ । ଶନିବାର ଏନେଇ ରାଜକୋଷ ବିଭାଗ ଦ୍ବାରା ପ୍ରସ୍ତୁତ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ବାକ୍ଷର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବର୍ତ୍ତମାନ ଦେଶରେ ଆର୍ଥିକ ସ୍ଥିତି ସେତେ ସ୍ବଚ୍ଛଳ ନଥିବାରୁ ଆମଦାନୀକାରୀଙ୍କୁ କିଛି ଦିନ ପାଇଁ ଛାଡ ମାଗିଛନ୍ତି ଟ୍ରମ୍ପ ।

ବର୍ତ୍ତମାନ ସମୟରେ ଅର୍ଥକୁ ଆମଦାନୀକାରୀଙ୍କୁ ନଦେଇ ଦେଶ ମଧ୍ୟରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ । ରୋଜକୋଷର ଅର୍ଥକୁ ବର୍ତ୍ତମାନ ରିଲିଫ ଆକାରରେ ଦେଶର ବିଭିନ୍ନ ନିର୍ମାଣକାରୀ ସଂସ୍ଥା ଓ ଆବଶ୍ୟକ କ୍ଷେତ୍ରକୁ ଦିଆଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଦେଶରେ କୋରୋନା ନେଇ ଭୟଙ୍କର ବାତାବରଣ ସୃଷ୍ଟି ହୋଇଛି । ତେଣୁ ପରିସ୍ଥିତି ଦେଖି ଅର୍ଥ ବିନିଯୋଗ କରିବାକୁ ହେବ ବୋଲି ଟ୍ରମ୍ପ ମତ ଦେଇଛନ୍ତି ।

ସେପଟେ ଆମଦାନୀକାରୀ ଦେଶ ମଧ୍ୟରୁ କିଛି ଦେଶ ମଧ୍ୟ ଆମେରିକା ପରି ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏପରି କ୍ଷେତ୍ରରେ ଆବଶ୍ୟକ ଦେଶ ଗୁଡିକୁ 90 ଦିନର ମହଲତ ମାଗିଛନ୍ତି ଟ୍ରମ୍ପ । ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ 7,59,467ଜଣ କୋରୋନା ଆକ୍ରାନ୍ତ ଥିବା ବେଳେ 40,677ଜଣଙ୍କର ଏଥିରେ ମୃ୍ତ୍ୟୁ ହୋଇସାରିଛି ।

ABOUT THE AUTHOR

...view details