ଓଡିଶା

odisha

ETV Bharat / international

ବ୍ୟାପୁଛି ମାରାତ୍ମକ ‘କୋରୋନା’ ଭାଇରସ: ଆମେରିକାରେ ଚିହ୍ନଟ ହେଲା ପ୍ରଥମ ରୋଗୀ - କୋରୋନାଭାଇରସ ଆମେରିକାରେ ରିପୋର୍ଟ

କୋରୋନା ଭାଇରସ ଏବେ ଏହା ଚୀନରୁ ଆମେରିକାକୁ ବ୍ୟାପିଛି । ଏବେ ଏହି ଭାଇରସର ପ୍ରଥମ ଆକ୍ରାନ୍ତ ରୋଗୀକୁ ଆମେରିକାରେ ଚିହ୍ନଟ କରାଯାଇଛି । ଆମେରିକାର  କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ....

america reports first case of coronavirus
america reports first case of coronavirus

By

Published : Jan 22, 2020, 12:25 PM IST

ଓ୍ଵାଶିଂଟନ: ସାଂଘାତିକ ଭାବରେ ଭୟପୂର୍ଣ୍ଣ ହେବାରେ ଲାଗିଛି ଚୀନ ଭୂତାଣୁ ‘କୋରୋନା ଭାଇରସ’ । ଏବେ ଏହା ଚୀନରୁ ଆମେରିକାକୁ ବ୍ୟାପିଛି । ଏବେ ଏହି ଭାଇରସର ପ୍ରଥମ ଆକ୍ରାନ୍ତ ରୋଗୀକୁ ଆମେରିକାରେ ଚିହ୍ନଟ କରାଯାଇଛି । ଆମେରିକାର କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି ।


ଆମେରିକାରେ ମିଳିଥିବା ଏହି ଭାଇରସର ଦ୍ବାରା ଆକ୍ରାନ୍ତ ଯୁବକର ବୟସ 30 ରୁ 35 ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୁବକ ଜଣକ ବୁହାନରୁ ଆମେରିକା ଆସିଥିବା ସୂଚନା ଦିଆଯାଇଛି । ଏହି ଆମେରିକୀୟ ବ୍ୟକ୍ତି ସେଟଲ ନିକଟରେ ବସବାସ କରନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କଥା ଫେଡେରାଲ୍‌ ଏବଂ ଷ୍ଟେଟ୍‌ ଅଧିକାରୀମାନେ କହିଛନ୍ତି । ଯୁବକ ଜଣଙ୍କ ଜାନୁଆରୀ 15ରେ ଚୀନର ବୁହାନରୁ ଆମେରିକା ଆସିଥିଲେ ।

ଆତଙ୍କ ସୃଷ୍ଟି କରିଥିବା ଏହି ବିଚିତ୍ର ଭାଇରସ କେବଳ ଚୀନ ନୁହେଁ ଜାପାନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆକୁ ମଧ୍ୟ ଗ୍ରାସ କରିବାରେ ଲାଗିଲାଣି । ଅନ୍ୟପଟେ ଆମେରିକାରେ ମଧ୍ୟ ଏହି ମାମଲାରେ ପ୍ରଥମ କେସ୍‌ ସାମ୍ନାକୁ ଆସିସାରିଛି ।

କୋରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ ଥଣ୍ଡା, କାଶ, ଗଳାରେ ପୀଡା, ନିଶ୍ବାସ, ପ୍ରଶ୍ବାସରେ କଷ୍ଟ ଅନୁଭବ ଓ ଜ୍ବର ଆରମ୍ଭ ହୋଇଥାଏ । ପରେ ଏହା ନିମୋନିଆ ଓ କିଡନୀକୁ କ୍ଷତି ପହଞ୍ଚାଇଥାଏ ।

କୋରୋନାଭାଇରସରୁ ରକ୍ଷା...

ଏହି ଭାଇରସ ଯେଉଁଠାରୁ ବ୍ୟାପିବା ଆରମ୍ଭ କରୁଛି ସେହି ସ୍ଥାନକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏହି ଭଳି ସ୍ଥାନର ଆଖ ପାଖରେ ରହିଛନ୍ତି , ତେବେ ଏହି ଭାଇରସରପ ବର୍ତ୍ତିବା ପାଇଁ ନିମ୍ନ ଲିଖିତ ପ୍ରତିକାର ଗ୍ରହଣ କରନ୍ତୁ...

1-ନିଜ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ । ହ୍ୟାଣ ସାନାଟାଇଜର ମଧ୍ୟ ବ୍ୟବହାର କରି ପାରନ୍ତି ।
2- ହାତ ଓ ମୁହଁକୁ ଭଲ ଭାବରେ ଘୋଡାଇ ରଖନ୍ତୁ । ମାସ୍କ ବ୍ୟବହାର କରନ୍ତୁ ।
3- ବିମାର ଥିବା ଲୋକଙ୍କ ଠାରୁ ନିରାପଦ ଦୂରରେ ରୁହନ୍ତୁ । ରୋଗୀର ବ୍ୟବହୃତ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।
4-ଘରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ବାହାରୁ ଆସୁଥିବା ସାମଗ୍ରୀ, ବସ୍ତୁକୁ ସଫା କରି ଘରକୁ ଆଣନ୍ତୁ ।
5-ନନଭେଜ୍‌ ସି-ଫୁଡ ଖାଇବାରୁ ବଞ୍ଚନ୍ତୁ । କୋରୋନାଭାଇରସ ସି-ଫୁଡରୁ ମାତ୍ରାଧିକ ଭାବରେ ବ୍ୟାପିବାରେ ଲାଗିଛି ।

ନୋବେଲ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପ୍ରତିଷେଧକ ଉପଲବ୍ଧ ନାହିଁ । ମାତ୍ର ଚିକିତ୍ସକ ଖୁବଶୀଘ୍ର ଏହି ଭାଇରସରୁ ରକ୍ଷା ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବା ଫର୍ମୁଲାର ପ୍ରଥମ ପରୀକ୍ଷା ସମ୍ପୂର୍ଣ୍ଣ କରିଥିବା ଦାବି କରିଛନ୍ତି ।

ଚୀନରେ ଅତି ଭୀଷଣ ଭାବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ଭାରତ ମୁହାଁ । ଏହି ଭାଇରସ କବଳରେ ପଡି ଚୀନରେ 9ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ଭାଇରସ ଦ୍ରୁତ ଭାବରେ ମାଡିବା ସହ ଏଥିରେ ଚୀନର ପ୍ରାୟ 440ଜଣ ଅକ୍ରାନ୍ତ ରହିଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଏଡାଇ ଦିଆଯାଇ ନପାରେ । ଚୀନରେ କାୟ ବିସ୍ତାର କରୁଥିବା ଏହି ଭୟାନକ ଭାଇରସକୁ ନେଇ ଏବେ ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ବିମାନ ବନ୍ଦରରେ ଚୀନରୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details