ରିପୋର୍ଟ ଅନୁସାରେ, ସେ ଦକ୍ଷିଣ ଏସିଆ ଦେଶର ନାମ ଉଚ୍ଚାରଣ ଭୁଲ କରିବା ସହ ଏହାକୁ ଭାରତର ଅଶଂ ବୋଲି କହିଛନ୍ତି । ଟ୍ରମ୍ପ୍ ନେପାଳକୁ 'ନିପଲ' ଏବଂ ଭୁଟାନକୁ 'ବୁଟଁନ' ନାମରେ ଉଚ୍ଚାରଣ କରିଥିଲେ । ଏହାସହ ସେ ନିଜ ସାଙ୍ଗରେ ଆଣିଥିବା ମ୍ୟାପ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ନେପାଳକୁ ଭାରତର ଅଶଂ ବୋଲି କହିଥିଲେ ।
ଏ କ'ଣ କହିଗଲେ ଟ୍ରମ୍ପ
ଦକ୍ଷିଣ ଏସିଆ ଦେଶ ସମ୍ପର୍କରେ ନିଜର ଅଜ୍ଞାନତାର ପରିଚୟ ଦେଇଥିବା କାରଣରୁ ସୋସିଆଲ ମିଡିଆରେ ହୋଇଛନ୍ତି ଟ୍ରୋଲର ଶୀକାର ।
ଡିଜାଇନ ଫଟୋ
ଏଠାରେ ସୂଚନାଯୋଗ୍ୟ, ଏହା ହେଉଛି ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ କାର୍ଯ୍ୟକାଳର ଦ୍ବିତୀୟ ଷ୍ଟେଟ୍ ଅଫ୍ ଦ୍ ନେସ୍ନ୍ ଅଭିଭାଷଣ । ତେବେ ଟ୍ରମ୍ପ୍ ଅନେକ ଥର ନିଜର ଅଜ୍ଞାନତା ଭିତ୍ତିକ ଭାଷଣବାଜି ପାଇଁ ସୋସିଆଲ ମିଡିଆରେ ଆଲୋଚନର ଶୀକାର ହୋଇଥାଆନ୍ତି ।