ଓଡିଶା

odisha

ETV Bharat / international

'କମଲା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ନୁହଁନ୍ତି'

ଆମେରିକାର ଶୀର୍ଷ ସ୍ଥାନରେ ମୁଁ ଜଣେ ମହିଳାଙ୍କୁ ଦେଖିବାକୁ ଚାହୁଁଛି । ହେଲେ କମଲା ହାରିସ ସେଥିପାଇଁ ଉପଯୁକ୍ତ ନୁହଁନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

By

Published : Aug 29, 2020, 4:45 PM IST

'କମଲା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ନୁହନ୍ତି'
'କମଲା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ନୁହନ୍ତି'

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତେ ତୀବ୍ର ହେଉଛି । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି । ଶୀର୍ଷ ସ୍ଥାନ ଅଧିକାର କରିବାକୁ ହାରିସଙ୍କର କୌଣସି ସାମର୍ଥ୍ୟ ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଶୁକ୍ରବାର ଦିନ ନ୍ୟୁ ହାମ୍ପସାୟରରେ ଏକ ରିପବ୍ଲିକାନ୍ ପ୍ରଚାର ସମାବେଶରେ ଏଭଳି କହିଛନ୍ତି ଟ୍ରମ୍ପ ।

ତେବେ ଏହି ସମୟରେ ସେ ନିଜ ଝିଅ ତଥା ହ୍ବାଇଟ ହାଉସର ପରାମର୍ଶ ଦାତା ଇଭାଙ୍କା ଟ୍ରମ୍ପଙ୍କ ପ୍ରସଂଶା କରିଛନ୍ତି । ସେ କହିଛନ୍ତି, ଆମେରିକାର ଶୀର୍ଷ ସ୍ଥାନରେ ମୁଁ ଜଣେ ମହିଳାଙ୍କୁ ଦେଖିବାକୁ ଚାହୁଁଛି । ହେଲେ କମଲା ହାରିସ ସେଥିପାଇଁ ଉପଯୁକ୍ତ ନୁହଁନ୍ତି । ହ୍ବାଇଟ ହାଉସର ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ ଏଭଳି ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ହୋଇପାରିବେ। ଗତ ବର୍ଷ ପର୍ଯ୍ୟନ୍ତ ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ଦାବି କରୁଥିଲେ। ହେଲେ ଏବେ ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୁଁ ମଧ୍ୟ ଜଣେ ମହିଳାଙ୍କୁ ଶୀର୍ଷ ସ୍ଥାନରେ ଦେଖିବାକୁ ଚାହୁଁଛି । ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ହାରସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଛନ୍ତି। ହାରିସଙ୍କ ପିତା ଜାମାଇକ ଏବଂ ମାତା ଭାରତୀୟର ଥିଲେ। ଆପଣ ଜାଣନ୍ତି ଯେ ମୁଁ ମଧ୍ୟ ଜଣେ ମହିଳାଙ୍କୁ ଶୀର୍ଷ ପଦରେ ଦେଖିବାକୁ ଚାହେଁ, କିନ୍ତୁ ମୁଁ ଚାହେଁ ନାହିଁ ଯେ କୌଣସି ମହିଳା ଏହି ପଦବୀକୁ ଏହି ଉପାୟରେ ଆସନ୍ତୁ । ଏହା ବ୍ୟତୀତ ହାରିସ ଏହି ପଦବ ପାଇଁ ସକ୍ଷମ ନୁହଁନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ଗୁରୁବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ନାମାଙ୍କନ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ପରେ ଏହା ଟ୍ରମ୍ପଙ୍କ ପ୍ରଥମ ନିର୍ବାଚନ ରାଲି ଥିଲା। ଟ୍ରମ୍ପ ତାଙ୍କ ଅଭିଭାଷଣରେ ବିଡେନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

ABOUT THE AUTHOR

...view details