ୱାଶିଂଟନ: ସଫଳତାର ସହ ଆମେରିକା ଏୟାରଫୋର୍ସ ଲଞ୍ଚ କରିଛି ଏହାର ଆଟଲାସ ଭି ରକେଟ । ଏହା X-37B ନାମକ ସ୍ପେଶ ପ୍ଲେନକୁ ନେଇ ଏକ ଗୁପ୍ତ ମିଶନ ଆରମ୍ଭ କରିଥିବା ଜଣାପଡିଛି । ଶନିବାର ଏହାର ଲଞ୍ଚିଂ ହେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଖରାପ ପାଗ ଯୋଗୁଁ ଗୋଟିଏ ଦିନ ବିଳମ୍ବରେ ରବିବାର ଏହାକୁ କେପ କ୍ୟାନାଭେରାଲରୁ ଲଞ୍ଚ କରାଯାଇଛି ।
ଏହି ଏୟାରକ୍ରାଫ୍ଟର ଅନ୍ୟ ନାମ ହେଉଛି ଅର୍ବିଟାଲ ଟେଷ୍ଟ ଭେଇକିଲ (ଓଟିଭି) । ଏହି ରକେଟ କକ୍ଷପଥରେ ଏକ ସାଟେଲାଇଟ ଲଞ୍ଚ କରିବା ଯାହା ବିମିଂ ଟେକ୍ନୋଲୋଜି ପରୀକ୍ଷା କରିବ । ଏହି ପ୍ଲେନର ଏହା ମହାକାଶରେ ଷଷ୍ଠ ମିଶନ । ମହାମାରୀରେ ପ୍ରଭାବିତ ଲୋକଙ୍କ ଉଦ୍ଦେଶ୍ୟରେ ଏହି ରକେଟ ଲଞ୍ଚ ହୋଇଥିବା ନେଇ ସୂଚନା ରହିଛି । ଏହି ରକେଟରେ ‘ଆମେରିକା ଷ୍ଟ୍ରଙ୍ଗ’ ନାମକ ଏକ ମେସେଜ ଲେଖାରହିଛି ।