ଓଡିଶା

odisha

ETV Bharat / international

ବିକ୍ଷୋଭ ନିଆଁରେ ଜଳୁଛି ଆମେରିକା, ଚିକାଗୋରେ ଦୁଇ ମୃତ

କ୍ରମାଗତ ପଞ୍ଚମ ଦିନ ପାଇଁ ଆମେରିକାରେ ଜଳୁଛି କ୍ରୋଧର ବହ୍ନି । ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଜାରି ରହିଛି ବିକ୍ଷୋଭ । ଏମିତିରେ ଚିକାଗୋ ସହରର ସିସେରୋ ମଧ୍ୟ ଅଶାନ୍ତ ହୋଇ ପଡିଛି ।

By

Published : Jun 2, 2020, 9:12 PM IST

protest in america, protest in chicago, 2 killed in chicago during protest, protest update in america, george floyd custody death issue, ଆମେରିକାରେ ବିକ୍ଷୋଭ, ସିକାଗୋରେ ବିକ୍ଷୋଭ, ବିକ୍ଷୋଭରେ ସିକାଗୋରେ 2 ମୃତ, ଆମେରିକାରେ ବିକ୍ଷୋଭ ଅପଡେଟ, ଜର୍ଜ ଫ୍ଲଏଡ ମୃତ୍ୟୁ ମାମଲା
ବିକ୍ଷୋଭ ନିଆଁରେ ଜଳୁଛି ଆମେରିକା, ସିକାଗୋରେ ଦୁଇ ମୃତ

ଚିକାଗୋ: କ୍ରମାଗତ ପଞ୍ଚମ ଦିନ ପାଇଁ ଆମେରିକାରେ ଜଳୁଛି କ୍ରୋଧର ବହ୍ନି । ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଜାରି ରହିଛି ବିକ୍ଷୋଭ । ଏମିତିରେ ଚିକାଗୋ ସହରର ସିସେରୋ ମଧ୍ୟ ଅଶାନ୍ତ ହୋଇପଡିଛି । ଏଠାରେ ଜାରି ରହିଥିବା ବିକ୍ଷାଭରେ ମଙ୍ଗଳବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ ସହରରେ ସୋମବାର ହୋଇଥିବା ବିକ୍ଷୋଭ ଯୋଗୁଁ 60 ଜଣଙ୍କୁ ଗିରଫ କରାଯାଇଛି । ହେଲେ ସହରରେ ମଙ୍ଗଳବାର ବିକ୍ଷୋଭ ସମୟରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ତେବେ ସହରରେ ଜାରି ରହିଥିବା ବିକ୍ଷୋଭକୁ ନଜରରେ ରଖି ସିସେରୋ ପୋଲିସ ସାଧାରଣ ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛି ।

ସୂଚନା ମୁତାବକ ଜାରି ରହିଥିବା ବିକ୍ଷୋଭରେ ବର୍ତ୍ତମାନ ସୁଦ୍ଧା ଗୁଳିମାଡରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଇଣ୍ଡିଆନାପୋଲିସ, ଡେଟ୍ରୋଇଟ ଓ ଓକଲାଣ୍ଡରେ ଏହି ଗୁଳିମାଡ ହୋଇଥିବା ଜଣାପଡିଛି । ସେପଟେ ଏହି ବିକ୍ଷୋଭ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଦେଶରେ ୱାଶିଂଟନ ଡିସି ସମେତ 40ଟି ସହରରେ କର୍ଫ୍ୟୁ ଲାଗୁ କରାଯାଇଛି ।

@IANS

ABOUT THE AUTHOR

...view details