ଓଡିଶା

odisha

By

Published : Jun 7, 2020, 5:31 AM IST

ETV Bharat / international

‘ବ୍ଲାକ ଲାଇଭ୍ସ ମ୍ୟାଟର’ ସପକ୍ଷରେ ଆମାଜନ ପ୍ରତିଷ୍ଠାତା ବେଜୋସ

ଆମେରିକାରେ ଜାରି ରହିଥିବା ବିକ୍ଷୋଭ ପାଇଁ ସାରା ବିଶ୍ବରୁ ଛୁଟୁଛି ମିଶ୍ରିତ ପ୍ରତିକ୍ରିୟାର ସୁଅ । ଏଥିରେ ସାମିଲ ହୋଇଛନ୍ତି ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ।

black lives matter, amazon founder jeff bezos, jeff bezos, bezos supports us protest, us protest latest news, ବ୍ଲାକ ଲାଇଭ୍ସ ମ୍ୟାଟର, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ଜେଫ ବେଜୋସ, ଆମେରିକା ଆନ୍ଦୋଳନକୁ ବେଜୋସଙ୍କ ସମର୍ଥନ, ଆମେରିକା ଆନ୍ଦୋଳନ ଲାଟେଷ୍ଟ ନ୍ୟୁଜ୍‌
‘ବ୍ଲାକ ଲାଇଭ୍ସ ମ୍ୟାଟର’ ସପକ୍ଷରେ ଆମାଜନ ପ୍ରତିଷ୍ଠାତା ବେଜୋସ

ୱାଶିଂଟନ: ଆମେରିକାରେ ଜାରି ରହିଥିବା ବିକ୍ଷୋଭ ପାଇଁ ସାରା ବିଶ୍ବରୁ ଛୁଟୁଛି ମିଶ୍ରିତ ପ୍ରତିକ୍ରିୟାର ସୁଅ । ଏଥିରେ ସାମିଲ ହୋଇଛନ୍ତି ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ । ସମ୍ପୃକ୍ତ ମାମଲାରେ ସେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି କି ଏହି ବିକ୍ଷୋଭ କାହାକୁ ଅପମାନ ନୁହେଁ ବରଂ ଏହି ବିକ୍ଷୋଭ ବର୍ତ୍ତମାନ ମୁହୂର୍ତ୍ତର ଏକ ଜରୁରୀ ଆନ୍ଦୋଳନ ।

ଇନଷ୍ଟାଗ୍ରାମରେ ଜନୈକ ଆମାଜନ ଗ୍ରାହକଙ୍କ ଉତ୍ତର ଦେଇ ବେଜୋସ କହିଛନ୍ତି କି କୃଷ୍ଣକାୟଙ୍କ ଜୀବନର ମୂଲ୍ୟ ଅଛି ଅର୍ଥ ନୁହେଁ କି ଅନ୍ୟ ଜୀବନ ମୂଲ୍ୟହୀନ । ବେଜୋସ ଏହି ମନ୍ତବ୍ୟ ଦେବା ସହ ସମ୍ପୃକ୍ତ ଗ୍ରାହକଙ୍କ ମେଲର ଏକ ସ୍କ୍ରିନଶଟ ମଧ୍ୟ ପୋଷ୍ଟ କରିଥିଲେ । ଯେଉଁଥିରେ ଆମାଜନ ଏହି ବିକ୍ଷୋଭର ସପକ୍ଷରେ ଏହାକୁ ସାହାଯ୍ୟ କରୁଥିବା ଦର୍ଶାଯାଇଥିଲା । ଏହାକୁ ନେଇ ବେଜୋସ କହିଥିଲେ କି ଗ୍ରାହକଙ୍କ ଏହି ମନ୍ତବ୍ୟ ତାଙ୍କୁ ଅପମାନଜନକ ଓ ବିଚଳିତ କରିବା ଭଳି ଅନୁଭବ ହୋଇଥିଲା । ଗ୍ରାହକ ଜଣଙ୍କ ଏନେଇ ‘ଅଲ ଲାଇଭ୍ସ ମ୍ୟାଟର’ ବୋଲି ଏକ ଧାଡିର ବ୍ୟବହାର ମଧ୍ୟ କରିଥିଲେ ।

ଏହାର ଜବାବ ଦେଇ ବେଜୋସ କହିଥିଲେ କି ବ୍ଲାକ ଲାଇଭ୍ସ ମ୍ୟାଟରର ଅର୍ଥ ହେଇଛି ବର୍ଣ୍ଣଗତ ଭେଦଭାବକୁ ବିରୋଧ । ବର୍ତ୍ତମାନ ପ୍ରଚଳିତ ଆଇନ ବ୍ୟବସ୍ଥାରେ ସେମାନଙ୍କୁ ନ୍ୟାୟର ଦାବି କରିବା ଭୁଲ ନୁହେଁ । ସେ ଏହା ମଧ୍ୟ କହିଛନ୍ତି କି ହୁଏତ ଦିନେ ତାଙ୍କ ପୁଅ ମଧ୍ୟ ବନ୍ଦୀ ହୋଇ ଆଖି ବୁଜିବ । ତଥାପି ସେ ଏହି ଆନ୍ଦୋଳନକୁ ସମର୍ଥନ କରନ୍ତି ଓ ଏହାପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ବଦଳିବ ନାହିଁ ।

@IANS

ABOUT THE AUTHOR

...view details