ଓଡିଶା

odisha

ETV Bharat / international

ଆମେରିକାରେ ଗୋଟିଏ ଦିନରେ 44450 ସଂକ୍ରମଣ, କମୁଛି ମୃତ୍ୟୁ ହାର

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ କୋରୋନା ତାର ତାଣ୍ଡବ ରଚୁଛି । ଗତ 24 ଘଣ୍ଟାରେ 44 ହଜାର ରେକର୍ଡ ହୋଇଛି କୋରୋନା ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଆମେରିକାରେ ଗୋଟିଏ ଦିନରେ 44450 ସଂକ୍ରମଣ, କମୁଛି ମୃତ୍ୟୁ ହାର
ଆମେରିକାରେ ଗୋଟିଏ ଦିନରେ 44450 ସଂକ୍ରମଣ, କମୁଛି ମୃତ୍ୟୁ ହାର

By

Published : Jun 30, 2020, 12:12 PM IST

ୱାଶିଂଟନ: ଦୁନିଆରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମଣ ମାମଲା ଆମେରିକାରେ ରହିଛି । ଦେଶରେ ଦ୍ରୁତତମ ଗତିରେ ବୃଦ୍ଧି ପାଉଛି ଏହି ସଂଖ୍ୟା। ଖାଲି ସଂକ୍ରମଣରେ ନୁହେଁ, ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁଠୁ ଆଗରେ ରହିଛି ଆମେରିକା । ତେବେ ଏକ ପ୍ରକାର ଦେଖିବାକୁ ଗଲେ ମହାମାରୀ ଦେଶରେ ଭୟଙ୍କର ରୂପ ଧାରଣ କରିଛି ।

ଜନ ହପକିନ୍ସର ସୂଚନା ମୁତାବକ, ସୋମବାର ଆମେରିକାରେ 44 ହଜାର 450ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ 337 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ସେହିପରି ମଙ୍ଗଳବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 25 ଲକ୍ଷ 90 ହଜାର 552କୁ ବୃଦ୍ଧି ପାଇଛି । ଏଥିରେ 1 ଲକ୍ଷ 26 ହଜାର 140 ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ କୋରୋନା ସଂକ୍ରମଣରେ 11 ଲକ୍ଷ 06 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ମୋଟ ସଂକ୍ରମିତଙ୍କ ମଧ୍ୟରୁ 41 ପ୍ରତିଶତ ଅଟେ । ବର୍ତ୍ତମାନ ମୋଟ 14 ଲକ୍ଷ 46 ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି । ଯାହା ସମୁଦାୟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 54 ପ୍ରତିଶତ ଅଟେ।

ସେହପରି ନ୍ୟୁୟର୍କ ସିଟିରେ ସର୍ବାଧିକ 4 ଲକ୍ଷ 17 ହଜାର 328ଟି ମାମଲା ରହିଛି। ଏଥିରେ 31,403 ଜଣଙ୍କର ମୃତ୍ୟୁ ହୋଇଛି, 70 ହଜାର 435 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details