ଓଡିଶା

odisha

ETV Bharat / international

କୋରୋନା ତାଣ୍ଡବ: 2 ସପ୍ତାହରେ କୋରୋନା ନେଇପାରେ 2 ଲକ୍ଷ ଆମେରିକୀୟଙ୍କ ପ୍ରାଣ

ହ୍ବାଇଟ ହାଉସ ପକ୍ଷରୁ ଆକଳନ କରାଯାଇଛି ଯେ, କରୋନାଭାଇରସରୁ ଆମେରିକାର ସର୍ବୋଚ୍ଚ ମୃତ୍ୟୁ ସଂଖ୍ୟା ଦୁଇ ସପ୍ତାହ ମଧ୍ୟରେ 1ରୁ 2 ଲକ୍ଷରେ ପହଞ୍ଚିଯିବ । ଇଷ୍ଟର ସପ୍ତାହ ଶେଷ ହେବା ସହ ଏକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି ଆମେରିକା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 30, 2020, 8:27 PM IST

ନ୍ୟୁୟର୍କ: କୋରୋନା ବିସ୍ତାର ଭୟାବହତା ଓ ଭୟଙ୍କର ରୂପ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରକୁ ଗ୍ରାସ କରିଛି । ଏବେ ଏକ ଅତିଭୟଙ୍କର ଚେତାବନୀ ଆମେରିକା ଓ ବିଶ୍ବବାସୀଙ୍କୁ କୋରୋନା ଆତଙ୍କ ସବୁ ଠାରୁ ବଡ ବିପର୍ଯ୍ୟୟ ଦର୍ଶାଉଛି । ହ୍ବାଇଟ ହାଉସ ପକ୍ଷରୁ ଆକଳନ କରାଯାଇଛି ଯେ, କୋରୋନା ଭାଇରସରୁ ଆମେରିକାର ସର୍ବୋଚ୍ଚ ମୃତ୍ୟୁ ସଂଖ୍ୟା ଦୁଇ ସପ୍ତାହ ମଧ୍ୟରେ 1ରୁ 2 ଲକ୍ଷରେ ପହଞ୍ଚିଯିବ । ଇଷ୍ଟର ସପ୍ତାହ ଶେଷ ହେବା ସହ ଏକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି ଆମେରିକା ।

COVID-19

ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସି ରୋଜ ଗାର୍ଡେନ୍‌ରେ ହ୍ବାଇଟ ହାଉସର ଏକ ସାକ୍ଷାତକାରରେ ଅନୁଧ୍ୟାନ କରାଯାଇଥିବା ତଥ୍ୟକୁ ନେଇ ଏହି ବିବୃତ୍ତି ରଖିଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଘୋର ସଂଖ୍ୟା ଏପର୍ଯ୍ୟନ୍ତ “ସବୁଠାରୁ ସଠିକ୍” ଅଧ୍ୟୟନରୁ ଆସିଛି । ଟ୍ରମ୍ପ କହିଛନ୍ତି ଯେ ଯଦି ଆମେ ସାମାଜିକ ଦୂରତା ତେବେ 2.2 ନିୟୁତ ଲୋକ କୋରୋନାରେ ପ୍ରାଣ ହରାଇଥାନ୍ତେ ।

ଯଦି ଏବେ ମୃତ୍ୟୁ ସଂଖ୍ୟାକୁ ଏହାକୁ ଏକ ଲକ୍ଷ ପର୍ଯ୍ୟନ୍ତ ଅନୁମାନ କରୁ ତେବେ ଏହା ମଧ୍ୟ ଏକ ଭୟଙ୍କ ସଂଖ୍ୟା ବୋଲି ସେ କହିଛନ୍ତି । ଏଥିସହ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ଲାଗିଥିବା ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ ଏପ୍ରିଲ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆମେରିକୀୟମାନଙ୍କୁ ଆଶ୍ବାସନା ଦେବା ପାଇଁ ଟ୍ରମ୍ପ କହିଛନ୍ତି ଜୁନ୍ ୨ ସୁଦ୍ଧା ସ୍ଥିତି ପୂର୍ବବତ ହୋଇଯିବା । ଜନ୍ ହପକିନ୍ସ ୟୁନିଭରସିଟି ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ର ସର୍ବଶେଷ ତଥ୍ୟ ଅନୁଯାୟୀ ଆମେରିକାରେ କୋରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା 142,502 କୁ ବୃଦ୍ଧି ପାଇଛି।

CSSE ତଥ୍ୟ ଦର୍ଶାଇଛି ଯେ ଦେଶରେ ଏହି ରୋଗ ହେତୁ ଅତି କମରେ 2513 ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ 776 ଟି ନ୍ୟୁୟର୍କରେ ରେକର୍ଡ କରାଯାଇଛି ।

@IANSଇନପୁଟ

ABOUT THE AUTHOR

...view details