ଓଡିଶା

odisha

ETV Bharat / international

ପାହାଡି ଇଲାକାରେ ଜେଟ୍‌ କ୍ରାସ, 13 ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା - mexico

ମେକ୍ସିକୋର ଉତ୍ତରାଞ୍ଚଳର ପାହାଡି ଇଲାକାରେ ଚ୍ୟାଲେଞ୍ଜର-601 ନାମକ ବେସରକାରୀ ଯାତ୍ରୀବାହୀ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ମୋଟ 13 ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।

ଫାଇଲ ଫଟୋ

By

Published : May 7, 2019, 12:47 PM IST

ନୂଆଦିଲ୍ଲୀ: ସୋମବାର ଋଷିଆର ରାଜଧାନୀ ମସ୍କୋର ସେରେମେଟିଭୋ ଏୟାରପୋର୍ଟରେ ବିମାନ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ମୋଟ ୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ଦୁର୍ଘଟଣାର 48ଘଣ୍ଟା ମଧ୍ୟରେ ଆଉ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ମେକ୍ସିକୋର ଉତ୍ତରାଞ୍ଚଳର ପାହାଡି ଇଲାକାରେ ଚ୍ୟାଲେଞ୍ଜର-601 ନାମକ ବେସରକାରୀ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ମୋଟ 13 ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।

ମେକ୍ସିକୋ ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟର ସୂଚନା ମୁତାବକ ରବିବାର ଦ୍ବିପ୍ରହର ସମୟରେ ଲସ୍‌ ଭେଗାସରୁ ଏହି ପ୍ରାଇଭେଟ୍‌ ଜେଟ୍‌ ଉଡାଣ ଭରିବାର 2ଘଣ୍ଟା ପରେ 289 କିଲୋମିଟର ବ୍ୟବଧାନ ଅତିକ୍ରମ ପରେ ବିମାନ ପାଇଲଟ୍‌ଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କୋହୁଇଲା ସରକାର ଏକ ବିବୃତି ଜାରି କରି ଏହି ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତି । ବିମାନରେ 19 ବର୍ଷରୁ 57 ବର୍ଷ ମଧ୍ୟରେ 13 ଜଣ ଯାତ୍ରୀ ଲସଭେଗାସ ଏକ ବକ୍ସିଂ ମୁକାବିଲା ଦେଖିବାପାଇଁ ଆସିଥିଲେ । ଏହି ମାମଲାରେ ପ୍ରାଇଭେଟ୍‌ ଜେଟ୍‌ କମ୍ପାନୀ ଦୁଃଖ ପ୍ରକାଶ କରିବା ସହ ଅଘଟଣର ଯାଞ୍ଚ ପାଇଁ କହିଛନ୍ତି ।

ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପାଇଲଟ ଆଗରୁ ମାଡି ଆସୁଥିବା ଝଡ ତୋଫାନ ପୂର୍ବରୁ ମଝି ଆକାଶରେ ବିମାନ ଅଟକାଇବା ପାଇଁ ସଙ୍କେତ ପଠାଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପାଇଲଟଙ୍କ ସହ କୌଣସି ସମ୍ପର୍କ ସମ୍ଭବ ହୋଇ ପାରି ନଥିଲା ।

For All Latest Updates

ABOUT THE AUTHOR

...view details