କେପଟାଉନ : ଗତ 34 ଦିନ ଧରି ଦକ୍ଷିଣ ଆଫ୍ରିକାରେ ଲକ ଡାଉନ ସ୍ଥିତି । ଦେଶରେ ସର୍ବାଧିକ ଆକ୍ରନ୍ତଙ୍କ ବୃଦ୍ଧି ହେଉଥିବା ଜଣାପଡିଛି । ବୁଧବାର ରାତି ସୁଦ୍ଧା ଦକ୍ଷିଣ ଆଫ୍ରିକାରେ 354 ଟି ନୂତନ କୋଭିଡ-19 ମାମଲା ରେକର୍ଡ ହୋଇଛି । ଦୈନିକ ଏଠାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣାପଡିଛି ।
ଦକ୍ଷିଣ ଆଫ୍ରିକାରେ ଦୈନିକ କୋଭିଡ-19 ମାମଲା 73 ପ୍ରତିଶତକୁ ବୃଦ୍ଧି - south africa
ଦକ୍ଷିଣ ଆଫ୍ରିକାରେ ଦୈନିକ ସର୍ବାଧିକ କୋଭିଡ-19 ମାମଲା । ପୂର୍ବାପେକ୍ଷା 73 ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା । ଅଧିକ ପଢନ୍ତୁ...
ଯାହା ଦ୍ବାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5350 ଛୁଇଁଛି । ସରକାରୀ ଘୋଷଣାନାମା ଅନୁଯାୟୀ, 10 ଜଣ ମୃତକଙ୍କ ସ୍ଥାନରେ ଶହେ ଲୋକ ଏହି ଭୂତାଣୁରେ ପ୍ରାଣ ହରାଇଛନ୍ତି । ଫଳରେ 24 ଘଣ୍ଟାରେ ପ୍ରାୟ 73 ପ୍ରତିଶତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ଜ୍ୱେଲି ମିଖାଇଜେ କହିଛନ୍ତି ଯେ, ଦୁଃଖର ବିଷୟ ଯେ ପଶ୍ଚିମ କେପ, କ୍ୱାଜୁଲୁ ନାଟାଲ ଏବଂ ପୂର୍ବ କେପରୁ ଆହୁରି 10 ଜଣଙ୍କର ମୃତ୍ୟୁ ଖବର ଆସିଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 11 630 ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏହି ଭୂତାଣୁ ବିରୁଦ୍ଧରେ ଲଢେଇ ଜାରି ରହିଛି ଏବଂ ଲୋକଙ୍କୁ ଲାଗୁ ହୋଇଥିବା ଅନେକ ନିୟମାବଳୀ ଅନୁସରଣ କରିବାକୁ କୁହାଯାଇଛି ।