ଓଡିଶା

odisha

ETV Bharat / international

ଆଫ୍ରିକାରେ କୋରୋନା ପ୍ରାଦୁର୍ଭାବ, ମଦ ବନ୍ଦ ସହ ମାସ୍କ ବାଧ୍ୟତାମୂଳକ କଲେ ସରକାର - south africa corona update news

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ସୋମବାର ଠାରୁ ନାଇଟ କର୍ଫ୍ୟୁ ଲଗାଇବା ସହ ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅଧିକ ପଢନ୍ତୁ...

ଆଫ୍ରିକାରେ କୋରୋନା ପ୍ରାଦୁର୍ଭାବ, ମଦ ବନ୍ଦ ସହ ମାସ୍କ ବାଧ୍ୟତାମୂଳକ କଲେ ସରକାର
ଆଫ୍ରିକାରେ କୋରୋନା ପ୍ରାଦୁର୍ଭାବ, ମଦ ବନ୍ଦ ସହ ମାସ୍କ ବାଧ୍ୟତାମୂଳକ କଲେ ସରକାର

By

Published : Jul 13, 2020, 5:02 PM IST

Updated : Jul 14, 2020, 10:40 PM IST

କେପଟାଉନ: ଦକ୍ଷିଣ ଆଫ୍ରିକା ବିଶ୍ୱରେ କୋରୋନା ଭାଇରସର ଏକ ନୂତନ ହଟସ୍ପଟ ଭାବରେ ଉଭା ହୋଇଛି । ରବିବାର ଆମେରିକା, ଭାରତ ଏବଂ ବ୍ରାଜିଲ ପରେ କୋରୋନା ସଂକ୍ରମଣର ସର୍ବାଧିକ ସଂଖ୍ୟା ଏଠି ରିପୋର୍ଟ କରାଯାଇଛି। ଦକ୍ଷିଣ ଆଫ୍ରିକାରେ 12 ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ପରେ ମୋଟ ମାମଲା 2 ଲକ୍ଷ 76 ହଜାରରୁ ଅଧିକ ହୋଇଛି। ବର୍ତ୍ତମାନ କୋରୋନା ବିସ୍ତାରକୁ ରୋକିବା ପାଇଁ ଦକ୍ଷିଣ ଆଫ୍ରିକା ମଦ୍ୟପାନ ଉପରେ ନିଷେଧାଦେଶ ଜାରି କରିଛି । ଏହା ବାଦ ଦେଶରେ କୋଭିଡ ନିୟମକୁ କଡାକଡି କରାଯାଇଛି ।

ଆଫ୍ରିକାରେ କୋରୋନା ପ୍ରାଦୁର୍ଭାବ, ମଦ ବନ୍ଦ ସହ ମାସ୍କ ବାଧ୍ୟତାମୂଳକ କଲେ ସରକାର

ରବିବାର ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ସୋମବାର ଠାରୁ ନାଇଟ କର୍ଫ୍ୟୁ ଲଗାଇବା ସହ ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ରାମାଫୋସା କହିଛନ୍ତି ଯେ, ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଦ୍ୟପାନ ଉପରେ ନିଷେଧାଦେଶ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପଡୁଥିବା ଚାପ ହ୍ରାସ ପାଇବ। ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ 4 ହଜାରରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଦେଶର ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ ରିପୋର୍ଟ ଅନୁଯାୟୀ, 2020 ଶେଷ ସୁଦ୍ଧା ଏଠାରେ କୋରୋନାରେ ମୃତ୍ୟୁ ସଂଖ୍ୟା 50 ହଜାରରୁ ଅଧିକ ହୋଇପାରେ।

ଆଫ୍ରିକା ମହାଦେଶରେ ଦକ୍ଷିଣ ଆଫ୍ରିକା ସବୁଠାରୁ ଅଧିକ ପ୍ରଭାବିତ ଦେଶ । ସପ୍ତାହେ ପୂର୍ବରୁ, ଏଠାରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପାଉଥିବା ଦେଖାଦେଇଛି । ଅଧିକାଂଶ ସଂକ୍ରମଣ ଗୁଆଟେଙ୍ଗ ଅଞ୍ଚଳରେ ରିପୋର୍ଟ କରାଯାଇଛି, ଯାହା ଏପର୍ଯ୍ୟନ୍ତ କୋରୋନା ମହାମାରୀର କେନ୍ଦ୍ର ହୋଇ ରହିଛି । ଏକ ସାଧାରଣ ସଭାରେ ରାଷ୍ଟ୍ରପତି ରାମାଫୋସା ସରକାର କରିଛନ୍ତି ଯେ, କୋରୋନା ବିସ୍ତାରକୁ ରୋକିବାରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାଂଶ ଲୋକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି, କିନ୍ତୁ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଲୋକ ଏକ ଦାୟିତ୍ବ ହୀନ ମନୋଭାବ ରଖିଛନ୍ତି । ନା ଅନ୍ୟମାନଙ୍କୁ ସମ୍ମାନ ଦେଉଛନ୍ତି, ନା ଅନ୍ୟମାନଙ୍କ ସୁରକ୍ଷା ବିଷୟରେ ଭାବୁଛନ୍ତି ।

ସେ ଆହୁରି କହିଛନ୍ତି, ଅନେକ ଲୋକ ପାର୍ଟିର ଆୟୋଜନ କରିଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ମାସ୍କ ନପିନ୍ଧି ସର୍ବସାଧାରଣ ସ୍ଥାନକୁ ଯାଉଛନ୍ତି । ମହାମାରୀ ବ୍ୟାପିବାରୁ ରୋକିବାକୁ ସରକାର ନୂତନ ପଦକ୍ଷେପ ନେଉଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଅଗଷ୍ଟ 15 ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଏବଂ ନାଇଟ କର୍ଫ୍ୟୁ 9 ଟାରୁ ସକାଳ 4ଟା ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କୋଭିଡ -19 ଆକ୍ରାନ୍ତଙ୍କ ପାଇଁ ଡାକ୍ତରଖାନାରେ 28 ହଜାର ଶଯ୍ୟା ବ୍ୟବସ୍ଥା କରାଯାଇଛି । ହେଲେ ଦେଶରେ ନର୍ସ, ଡାକ୍ତର ଏବଂ ଫିଜିଓଥେରାପିଷ୍ଟଙ୍କ ସମେତ 12,000 ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ।

Last Updated : Jul 14, 2020, 10:40 PM IST

ABOUT THE AUTHOR

...view details