ଓଡିଶା

odisha

ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଗିରଫ

By

Published : Nov 22, 2019, 7:47 AM IST

ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକା ପୋଲିସ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବୋଙ୍ଗାନୀ ବୋଙ୍ଗୋଙ୍କୁ ଗିରଫ କରିଛି।

ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଗିରଫ

ଦକ୍ଷିଣ ଆଫ୍ରିକା: ଦୁର୍ନୀତି ମାମଲାରେ ଦକ୍ଷିଣ ଆଫ୍ରିକା ପୋଲିସ ଦେଶର ଜଣେ ବରିଷ୍ଠ ସାଂସଦ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗିରଫ କରିଛି। ଏଭଳି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଗିରଫଦାରୀ ଦେଶର ପ୍ରଥମ ମାମଲା। ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହଯୋଗୀ ବୋଙ୍ଗାନୀ ବୋଙ୍ଗୋ ବିରୋଧରେ 2017ରୁ ସଂସଦୀୟ ଯାଞ୍ଚ କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ସରକାରୀ ବିଦ୍ୟୁତ କମ୍ପାନୀ ଏସ୍କୋମ ମାମଲାରେ ଓକିଲଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ ଆସିଥିଲା।

ଅଭିଯୋଗକାରୀଙ୍କ ପ୍ରବକ୍ତା ଏରିକ ନତାବାଜାଲିଲା ସ୍ଥାନୀୟ ପ୍ରସାରଣ ସଂସ୍ଥା ଏସଏବିସିକୁ କହିଥିଲେ ଯେ, ବୋଙ୍ଗାନୀ ବୋଙ୍ଗୋଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି ଏବଂ ସେ ଏହି ମାମଲାରେ ଓକିଲକୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ଏହାକୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଖଣ୍ଡନ କରିଥଲେ। ଦକ୍ଷିଣ ଆଫ୍ରିକା ସଂସଦର ଗୃହ ମାମଲା ସମିତିର ଅଧ୍ୟକ୍ଷଙ୍କ ମାଜିଷ୍ଟ୍ରେଟ ଅଦାଲତ 24000 ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ଦେଇଛନ୍ତି। ଏହାର ଶୁଣାଣି ଆସନ୍ତା ଜାନୁଆରୀ 31 ତାରିଖରେ ହେବ।

For All Latest Updates

TAGGED:

ABOUT THE AUTHOR

...view details