ଓଡିଶା

odisha

ETV Bharat / international

30ବର୍ଷ ପରେ ମିଳିଲା ସଫଳତା, ମ୍ୟାଲେରିଆ ମୁକ୍ତ ହେବ ବିଶ୍ବ

ଏପ୍ରିଲ୍‌ 25କୁ ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଏ । ତେବେ ବିଶ୍ବର ପ୍ରଥମ ମ୍ୟାଲେରିଆ ଟୀକା ଆଫ୍ରିକାର ମଲାଓ୍ବିରେ ତିଆରି କରାଯାଇଛି । ପ୍ରାୟ 30ବର୍ଷ ହେବ ଏହି ଟୀକା ତିଆରି ପାଇଁ ପ୍ରଚେଷ୍ଟା ଚାଲିଥିଲା ।

By

Published : Apr 25, 2019, 4:43 PM IST

ହାଇଦ୍ରାବାଦ: ବିଶ୍ବର ପ୍ରଥମ ମ୍ୟାଲେରିଆ ଟୀକା ଆଫ୍ରିକାର ମଲାଓ୍ବିରେ ତିଆରି କରାଯାଇଛି । ପ୍ରାୟ 30ବର୍ଷ ହେବ ଏହି ଟୀକା ତିଆରି ପାଇଁ ପ୍ରଚେଷ୍ଟା ଚାଲିଥିଲା । ଏହି ଟୀକା 5ମାସର ଶିଶୁଙ୍କ ଠାରୁ ଆରମ୍ଭ କରି 2ବର୍ଷର ଶିଶୁଙ୍କ ପାଇଁ ତିଆରି କରାଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଲାଓ୍ବି ସରକାରଙ୍କୁ ଏହି ଟୀକାର ଆବିଷ୍କାର ପାଇଁ ପ୍ରଶଂସା କରିଛି ।


ଏହି ଟୀକା ଶିଶୁଙ୍କ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିବ । ଫଳରେ ମ୍ୟାଲେରିଆ ସୃଷ୍ଟି କରୁଥିବା ମଶା କାମୁଡିଲେ ଏହାର ପ୍ରଭାବ ପଡିବ ନାହିଁ । ଏହି ଟୀକା ପ୍ଲାଜମୋଡିୟମ୍‌ ଫାଲ୍ସିପେରମ୍‌କୁ ବି ରୋକିବାରେ ସକ୍ଷମ ।

ABOUT THE AUTHOR

...view details