ଇରାକ: ଟାଇଗ୍ରିସ ମାସୋଲିରେ ବୁଡିଲା ଡଙ୍ଗା । ଏହି ଅଘଟଣରେମୃତ୍ୟୁ ସଂଖ୍ୟା 94କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ 19 ଜଣ ଶିଶୁ ରହିଛନ୍ତି ।ତେବେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ନୂଆବର୍ଷ ସେଲିବ୍ରେସନ ପାଇଁ ସେଠାକାର ଏକ ପର୍ଯ୍ୟଟନସ୍ଥଳୀ ଉମ ଆଲ ରାବିନକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଗଲା । ଏହି ଦୁର୍ଘଟଣା ସେଠାରେଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ଟାଇଗ୍ରିସ ଡଙ୍ଗାବୁଡି: ମୃତ୍ୟୁ ସଂଖ୍ୟା 94କୁ ବୃଦ୍ଧି, ଏବେବି ନିଖୋଜ 60ରୁ ଊର୍ଦ୍ଧ୍ବ - Death
ଟାଇଗ୍ରିସ ମାସୋଲିରେ ଡଙ୍ଗାବୁଡି ପ୍ରାଣ ହରାଇଛନ୍ତି 94 ଜଣ । ଏବେବି 60 ରୁ ଉର୍ଦ୍ଧ୍ବ ନିଖୋଜ ଥିବା ଜଣାପଡିଛି ।
ଏହି ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ବନ୍ଧୁ ପରିଜନ ଓ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆଦେଲ ଆବଦେଲ ମାହଦୀ ସମବେଦନା ଜଣାଇବା ସହ ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି । ଏହାସହ ଦେଶରେ ତିନି ଦିନ ପାଇଁ ଜାତୀୟ ଶୋକ ଦିବସ ପାଳନ କରିବାକୁ ଆଦେଶ ଦେଇଛନ୍ତି । ତେଣୁ ଯଥାଶୀଘ୍ର ଘଟଣାର ଯାଞ୍ଚ କରିବା ସହ ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଆଗାମୀ 24 ଘଣ୍ଟା ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ଆଦିଲ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁସାରେ, ପ୍ରତିବର୍ଷ ସହରବାସୀଡଙ୍ଗାରେ ଯାତ୍ରା କରି ନୂଆବର୍ଷ ପାଳନ କରିଥାନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶତାଧିକ ଲୋକ ଡଙ୍ଗାରେ ବସି ଖୁସି ମନାଇବାକୁ ଯାଇଥିଲେ । ମାତ୍ର ଏପରି ଅଘଟଣ ଯୋଗୁଁ ୯୪ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ 60ରୁ ଉର୍ଦ୍ଧ୍ବ ଏବେ ସୁଦ୍ଧା ନିଖୋଜ ଥିବା ଇରାକ ସ୍ବାସ୍ଥ୍ୟମନ୍ତ୍ରୀ ସୌଫ ଅଲ ବାଦାର କହିଛନ୍ତି ।